Onn 3

ମୟୂରଭଞ୍ଜ ଜିଲ୍ଲା ସ୍ତରୀୟ ଗ୍ରାମ୍ୟ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତି କର୍ମଶାଳା

State

ବାରିପଦା: ବିଭିନ୍ନ ପ୍ରାକୃତିକ ଦୁର୍ବିପାକ ଏବଂ ବିପତ୍ତି ସହିତ ମୁକାବିଲା କରିବା ପାଇଁ ବୁଧବାର ଦିନ ମୟୂରଭଞ୍ଜ ଜିଲ୍ଲା ସ୍ତରୀୟ ଗ୍ରାମ୍ୟ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକଟି ଜିଲ୍ଲା ସଦର ମହକୁମା ବାରିପଦା ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଲା ଶ୍ରୀଯୁକ୍ତ ଦୌଲତ ଚନ୍ଦ୍ରାକାର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ବୈଠକରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ଶିବରାମ ମୁଣ୍ଡା କର୍ମଶାଳାର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିବା ବେଳେ ଜିଲ୍ଲାର ବିଭିନ୍ନ ଜରୁରୀକାଳୀନ ପରିସ୍ଥିତିରେ କାର୍ଯ୍ୟ କରୁଥିବା ବେସରକାରୀ ସଂସ୍ଥା ଓ ସେମାନଙ୍କ ପ୍ରତିନିଧି ଏବଂ ଜିଲ୍ଲାର ବିଭିନ୍ନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ପଞ୍ଚାୟତିରାଜ ଓ ଜଳ ଯୋଗାଣ କର୍ମକର୍ତା ମାନେ ଯୋଗ ଦେଇଥିଲେ। ଏହି ବୈଠକରେ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ରୀ ଜଗବନ୍ଧୁ ମହାନ୍ତି ପାୱାର ପଏଣ୍ଟ ମାଧ୍ୟମରେ ବିଭିନ୍ନ ପର୍ଯ୍ୟାୟରେ ହେଉଥିବା ପ୍ରାକୃତିକ ବିପର୍ଯ୍ୟୟ, ଗ୍ରାମାଞ୍ଚଳରେ ବିପଦ ସଙ୍କୁଳତା ର ବିଶ୍ଳେଷଣ, ବିପଦ ସଙ୍କୁଳ ଭିତ୍ତିଭୂମି, ବିପରୀତ ପରିସ୍ଥିତି ସମୟ ରେ କାର୍ଯ୍ୟକାରୀ ଦକ୍ଷତା ଓ ସମ୍ବଳ ବିକାଶ ତଥା ସତର୍କ ଆପ୍ ବ୍ୟବହାର ବିଷୟରେ ଆଲୋଚନା କରିଥିଲେ।

ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଚଦ୍ରକାର, ମୟୂରଭଞ୍ଜ ଜିଲ୍ଲା ରେ ସମୟେ ସମୟେ ହେଉଥିବା ଆପଦକାଲୀନ ପରିସ୍ଥିତି ଯଥା ସାପ କାମୁଡ଼ା, ବିଜୁଳି ମାରିବା, ଜଳରାଶି ରେ ବୁଡି ଯିବା ଭଳି ଘଟଣାମାନ ସମସ୍ତ ଅଧିକାରୀ ଏବଂ କର୍ମଶାଳା ରେ ଉପସ୍ଥିତ ସମସ୍ତ ମାଷ୍ଟର ଟ୍ରେନର ଙ୍କ ସହିତ ଆଲୋଚନା କରିବା ସହିତ ବିପର୍ଯ୍ୟୟ ସମୟରେ ଗ୍ରାମ୍ୟ ବିପର୍ଯ୍ୟୟ ପରିଚାଳନା ସମିତି (V.D.M.C)ର କାର୍ଯ୍ୟକାରିତା ବିଷୟରେ ଅବଗତ କରାଇଥିଲେ। ସୂଚନା ଥାଉକି, ଏହି ପ୍ରଶିକ୍ଷଣ ଶିବିର ଜିଲ୍ଲା ସ୍ତର ଠାରୁ ଆରମ୍ଭ ହୋଇ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ଏଥି ସହିତ ବିପର୍ଯ୍ୟୟ ପ୍ରସ୍ତୁତି, ପ୍ରଶମନ ଓ ମୁକାବିଲା କ୍ଷେତ୍ର ରେ ଗ୍ରାମ୍ୟ ବିପର୍ଯ୍ୟୟ ପରିଚାଳନା ସମିତି ର ଭୂମିକା, ଦାୟିତ୍ବ ଏବଂ କାର୍ଯ୍ୟକାରିତା ପାଇଁ ଜିଲ୍ଲା ପ୍ରଶାସନ, ଓଡରାଫ ଏବଂ ତତ୍ ସମ୍ବଳିତ ସମସ୍ତ ଉପାଦେୟତା କାର୍ଯ୍ୟକାରୀ ହେବ ବୋଲି ଆଲୋଚନା ହୋଇଥିଲା। ଏହି ବୈଠକରେ ଜିଲ୍ଲାର ୧୪ ଟି ବ୍ଲକ୍ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜରୁରୀକାଳୀନ ପରିସ୍ଥିତିରେ କାର୍ଯ୍ୟ କରୁଥିବା ବେସରକାରୀ ସଂସ୍ଥା ମାନଙ୍କର ପ୍ରତିନିଧି, ପଞ୍ଚାୟତ ସମିତି ଅଧ୍ୟକ୍ଷ ଗଣ, ନୋଡାଲ ଅଫିସର, ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ଜିଲ୍ଲାର ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗ ଦେଇଥିବା ର ବାର୍ତ୍ତା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣିଙ୍କ ଠାରୁ ପ୍ରକାଶ।