Onn 3

ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ଉଦ୍‌ଯାପିତ

Religion and Cult State

ବାରିପଦା: ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଶ୍ରୀ ରାଧାମୋହନଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଜଗନ୍ନାଥ ଭକ୍ତ ସମାଜ ଆନୁକୂୂୂୁଲ୍ୟରେ ଗତ ୨୩ ତାରିଖରୁ ଚାଲିଥିବା ମାନବଧର୍ମ ସଂପର୍କୀୟ,ଆଧ୍ୟାତ୍ନିକ ପ୍ରବଚନ ଉଦ୍‌ଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମାନସ କେଳି କଲୋ୍ଲଳ ପଣ୍ଡିତ ହୃଦାନନ୍ଦ ସାହୁ ଶ୍ରୀରାମଚରିତ ମାନସର ଭରତଚରିତ୍ର ଉପରେ ତାତ୍ତକ ପ୍ରବଚନଦେଇଥିବାବେଳେ ଜଗନ୍ନାଥ ସଂସ୍କୃତି ଗବେଷକ ଭାଗବତ ପଣ୍ଡା ଶ୍ରୀ ଜଗନ୍ନାଥଙ୍କ ମାନବୀୟ ଲୀଳା ଉପରେ ବିଭିନ୍ନ ଭକ୍ତ ଚରିତ୍ର ତଥା ସ୍କନ୍ଦ ପୁରାଣ ଆଧାରିତ ଶ୍ରୀ ଜୀଉଙ୍କ ଦାରବୀ ଜନ୍ମ କାରଣ ସଂପର୍କରେ ବିସ୍ତୃତ ଅଲୋଚନା କରିଥିଲେ ।

ଉଦ୍‌ଯାପନ ସମାରୋହରେ ଭକ୍ତ ସମାଜ ତରଫରୁ ଅମ୍ରିତ କୁମାରମିଶ୍ର, ଦେବକାନ୍ତ ପଣ୍ଡା, ଦେବାଶିଷ ପଣ୍ଡା, ପ୍ରଦୀପକୁମାର ପଣ୍ଡା, କାମେଶ୍ୱର ତ୍ରିପାଠୀ, ସୁନିଲ କୁମାର ପଣ୍ଡା ଓ ଚଣ୍ଡିପ୍ରସାଦ ଦାଶ ପ୍ରମୁଖ ସେବକଙ୍କୁ ମାନପତ୍ର ଉତ୍ତରୀୟ ଓ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ସୁଲଳିତ ଭଜନ ପରିବେଷଣ ପାଇଁ ଅଧ୍ୟାପକ ପ୍ରଦୀପ କୁମାର ଦଓ ଶ୍ରୀ ହରିଦତ୍ତଙ୍କୁ ଗାୟକ ଭାବେ ତଥା ମୃଦଂଗବାଦକ ଭାବେ ଗୋପାଳଚନ୍ଦ୍ର ଦତ ଓ ତୋଫାନ ସିଂ ଏବଂଶ୍ରୀ ପାଳିଆ ଭାବେଗୋବର୍ଦ୍ଧନ ସିଂଙ୍କୁସମ୍ବର୍ଦ୍ଧିତ କରାଯାଇଥିଲା ଏହି ଅବସରରେ ବିଷିଷ୍ଟ ଗାୟକ ଉମେଶ ଚନ୍ଦ୍ର ବାରିକଙ୍କୁ ଗାୟକ ଶେଖର ଉପାଧି ପ୍ରଦାନ ପୁର୍ବକ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା ଉକ୍ତ କାର୍ଯ୍ୟକ୍ରମରେ ସହକାରୀ ଜିଲ୍ଲାପାଳ ବିଶ୍ୱମୋହନ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇ ଭକ୍ତ ସମାଜର ଏ ଉଦ୍ୟମକୁ ଭୁରିଭୁରି ପ୍ରଶଂସା କରିବାସହିତ ସେବକ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମକୁ ପ୍ରବାଚକ ଭାଗବତ ପଣ୍ଡା ସଂଚାଳନ କରିଥିବା ବେଳେ ବିଜୟ କୁମାର ମହାନ୍ତି ପ୍ରାରମ୍ଭିକ ବକ୍ତବ୍ୟ ଦେବାସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପ୍ରବଚନ କାର୍ଯ୍ୟକ୍ରମ ରେ ଶହ ଶହ ଶ୍ରଦ୍ଧାଳୁ ବିଳମ୍ବିତ ରାତ୍ରିପର୍ଯ୍ୟନ୍ତ ଉପସ୍ଥିତ ରହି ପ୍ରବଚନ ଶ୍ରବଣ କରିଥିଲେ ।