Onn 3

ଆଗରପଡ଼ା ମେଡ଼ିକାଲରୁ ବାଇକ୍ ଚୋରୀ

Crime State

ଆଗରପଡ଼ା: ମେଡ଼ିକାଲ ପରିସରରେ ସିକ୍ୟୁରିଟି ବ୍ୟବସ୍ଥା ଥାଇ ମଧ୍ୟ ବାରମ୍ବାର ବାଇକ୍ ଚୋରୀ ହେବା ଘଟଣା ସମସ୍ତଙ୍କୁ ଆଶ୍ଛର୍ଯ୍ୟ କରୁଛି । ଏହିପରି ଘଟଣା ଘଟିଛି ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ । ଗତ କିଛି ଦିନ ତଳେ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରୁ ଜଣେ କର୍ମଚାରୀଙ୍କ ବାଇକ୍ ଚୋରୀ ହୋଇଥିଲେ ସୁଦ୍ଦା ତାର କୌଣସି ପତ୍ତା ଆଜି ପର୍ଯ୍ୟନ୍ତ ମିଳି ନଥିବା ବେଳେ ସୋମବାର ଫାର୍ମାସିଷ୍ଟ ଦୟାନିଧି ବିନ୍ଧାଣୀ ସବୁଦିନ ପରି କେନ୍ଦ୍ର ପରିସରରେ ନିଜ ବାଇକ୍ ଟିକୁ ରଖି ଥିଲେ ।

ଏବଂ ପରବର୍ତ୍ତୀ ସମୟରେ ବାଇକ୍ ଖୋଜିବା ସମୟରେ ବାଇକ୍‌୍ ଆଉ ପରିସରରେ ନପାଇବାରୁ ଚାରିଆଡ଼େ ଖୋଜାଖୋଜି କରି ଶେଷରେ ଥାନାରେ ଅଭିଯୋଗ କରିଥିବାର ଜଣାପଡ଼ିଛି । ଏହିପରି ଘଟଣା ବାରମ୍ବାର ଘଟୁଥିବାରୁ ପୋଲିସର ନିଷ୍କ୍ରିୟତାକୁ ପଦାରେ ପକାଇଦେଇଛି । ତେଣୁ ପରିସରରେ ସିକ୍ୟୁରିଟି ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବା ପାଇଁ ସାଧାରଣରେ ଦାବି ହେଉଛି ।