Onn 3

ମା ସମଲେଶ୍ବରୀଙ୍କୁ ‘ପରିକ୍ରମା’ ନିମନ୍ତ୍ରଣ

State

 

samaleswari-temple

ସମ୍ବଲପୁର : ମାଆ ସମଲେଶ୍ବରୀଙ୍କୁ ‘ପରିକ୍ରମା’ ନିମନ୍ତ୍ରଣ । ଶ୍ରୀମନ୍ଦିର ସେବାୟତ ପ୍ରତିନିଧି ଦଳ ସମ୍ବଲପୁର ଯାଇ ସମଲେଶ୍ବରୀଙ୍କୁ ନିମନ୍ତ୍ରଣ କରିଛନ୍ତି । ପ୍ରତିନିଧି ଦଳକୁ ସମ୍ବଲପୁର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିଲା । ଏହାପରେ ଏହି ପ୍ରତିନିଧି ଦଳ ଝାରସୁଗୁଡା ଓ ସୁନ୍ଦରଗଡ଼କୁ ଯିବାର କାର୍ଯ୍ୟକ୍ରମ ରହିଛି ।

ରେଢ଼ାଖୋଲ ଜଗନ୍ନାଥ ମନ୍ଦିରର ମଧ୍ୟ ପୂଜକ ଓ ମନ୍ଦିରର ସଦସ୍ୟ ମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ ହେବ । ଏଥିପାଇଁ ରାଜ୍ୟର ପ୍ରମଖ ଦେବପୀଠକୁ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଉଛି ।