Onn 3

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ୨ ଛାତ୍ର

State

କଟକ ନରାଜ ନିକଟରେ ମହାନଦୀରେ ଦୁଇ ଜଣ ଛାତ୍ର ବୁଡ଼ି ଯାଇଛନ୍ତି। ଗାଧୋଇବାକୁ ଯାଇ ସେମାନେ ବୁଡ଼ି ଯାଇଥିବା ଜଣାପଡ଼ିଛି। ପୁଲିସ୍ ଓ ଅଗ୍ନିଶମ ବାହିନୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି।

ବୁଡ଼ି ଯାଇଥିବା ଛାତ୍ର ଦ୍ୱୟ କଟକର ଏକ ଘରୋଇ ସ୍କୁଲର ଯୁକ୍ତ ଦୁଇରେ ପ୍ରଥମ ବର୍ଷରେ ପଢ଼ନ୍ତି। ଆଜି ମଧ୍ୟାହ୍ନରେ ସମାନେ ମୋଟ ୮ ଜଣ ଛାତ୍ର ନରାଜ ନିକଟସ୍ଥ ସିଦ୍ଧେଶ୍ୱର ପାହାଡ଼ ନିକଟକୁ ଗାଧୋଇବାକୁ ଯାଇଥିଲେ। ଏବେ ମହାନଦୀରେ ବହୁତ ପାଣିଥିବା ଯୋଗୁ ଗାଧୋଉ ଥିବା ବେଳେ ସେମାନେ ବୁଡ଼ି ଯାଇଥିବା ଜଣାପଡ଼ିଛି। ନଦୀକୂଳରେ ଉକ୍ତ ଦୁଇ ଛାତ୍ରଙ୍କ ବ୍ୟାଗ, ଜୋତା ସହିତ ସ୍କୁଟି ରହିଛି।