Onn 3

ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓଙ୍କ ୧୫୩ତମ ଜନ୍ମ ଜୟନ୍ତୀ ପାଳନ ଉପଲକ୍ଷେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା

State

ବାରିପଦା : ଓଡ଼ିଶାର ବରପୁତ୍ର ତଥା ମୟୂରଭଞ୍ଜର ପ୍ରଜାନୁରଞ୍ଜକ ଶାସକ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓଙ୍କ ୧୫୩ତମ ଜନ୍ମ ଜୟନ୍ତୀ ପାଳନ ଉପଲକ୍ଷେ ଗୁରୁବାର ଦିନ ଜିଲ୍ଲା ସ୍ତରୀୟ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବକ୍ତୃତା ଓ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଆୟୋଜନ କରାଯାଇଥିବା ବେଳେ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାମାନ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିଚାଳନା ଦ୍ୱାରା ପରିଚାଳନା କରା ଯାଇଥିଲା। ସୂଚନା ଯୋଗ୍ୟଯେ ମହାବିଦ୍ୟାଳୟ, ବିଶ୍ଵବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ବାରିପଦା ସ୍ଥିତ ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଥିଲା ବେଳେ ବିଦ୍ୟାଳୟ ସ୍ତରୀୟ ସମସ୍ତ ପ୍ରତିଯୋଗିତା ବଳାଙ୍ଗୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ପ୍ରତିଯୋଗୀ ମାନଙ୍କ ପ୍ରତିଯୋଗିତାରେ ବିଚାରକ ଭାବେ, ଅବସରପ୍ରାପ୍ତ ବରିଷ୍ଠ ସୂଚନା ଅଧିକାରୀ ତଥା ମୟୂରଭଞ୍ଜର ପୁତ୍ରପଟନା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ରବୀନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲା ସୂଚନା ଅଧିକାରୀ, ଶ୍ରୀମତୀ ଦୀପ୍ତି ନାୟକ, ଏବଂ ଆର.ଡ଼ି.ଏସ ମହାବିଦ୍ୟାଳୟ, କୁଣ୍ଡବାଇର ଶିକ୍ଷା ବିଭାଗର, ଅଧ୍ୟକ୍ଷ ଡଃ ଦିଲ୍ଲୀପ କୁମାର ପରମାଣିକ ଯୋଗ ଦେଇଥିବା ବେଳେ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ରେ ବିଚାରକ ଭାବେ ସାହିତ୍ୟିକ ଇଂ ମାନସ ରଞ୍ଜନ ଷଡ଼ଙ୍ଗୀ, ସ୍ନାତକୋତ୍ତର ଶିକ୍ଷା ଡଃ ମନତୋଷ ପତି, ପ୍ରଧାନ ଶିକ୍ଷକ ଅଜିତ କୁମାର ମହାନ୍ତି, ଶିକ୍ଷୟିତ୍ରୀ ଶ୍ରୀମତୀ ମୌସୁମୀ ଦୀକ୍ଷିତ ଯୋଗ ଦେଇଥିଲେ।

ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାକୁ ଜିଲ୍ଲା ବିଜ୍ଞାନ ପରିଦର୍ଶକ, ଜ୍ଞାନ ରଞ୍ଜନ ଆଚାର୍ଯ୍ୟ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣିଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବାବେଳେ, ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା, ଜିଲ୍ଲା ଲୋକସମ୍ପର୍କ କାର୍ଯ୍ୟାଳୟ ଦ୍ୱାରା ପରିଚାଳିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ, କାର୍ଯ୍ୟାଳୟର ବରିଷ୍ଠ ନିକ୍ଷେପକ, ଶ୍ରୀ ଶ୍ରୀକାନ୍ତ ବେହେରା, କର୍ମଚାରୀ, ଶିବଶଙ୍କର ଦତ୍ତ, ରବି ନାରାୟଣ ନାଏକ, ରାମେଶ୍ୱର ବେଶରା, ସାଗର ସିଂହ, ବିଶ୍ୱନାଥ ମାର୍ଣ୍ଡି ପ୍ରମୁଖ ସହଯୋଗ କରିଥିବାର ପ୍ରକାଶ କରାଯାଇଛି। ସର୍ବୋପରି ସୂଚନା ଯୋଗ୍ୟଯେ, ଏହି ପ୍ରତିଯୋଗିତାରେ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଏବଂ ବିଦ୍ୟାଳୟ ସ୍ତରର ସମସ୍ତ କୃତି ଛାତ୍ର ଛାତ୍ରୀଙ୍କୁ ଆଗାମୀ ୧୭ ତାରିଖରେ ହେବାକୁ ଥିବା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓଙ୍କ ୧୫୩ ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ମୟୂରଭଞ୍ଜ ଜିଲ୍ଲାପାଳ ପୁରସ୍କୃତ କରିବେ।