ଖୁସି ଖୁସିରେ ଦେବରଞ୍ଜନ ଖେଳ ଦେଖୁଥିଲା । ମାତ୍ର କାଲିର ମ୍ୟାଚରେ ଭାରତର ପରାଜୟକୁ ସହ୍ୟ କରିପାରିନଥିଲା ଦେବରଞ୍ଜନ । ହଟାତ୍ ଯାଇ ପଡୋଶୀ ଘର ଛାତରେ ଥିବା ଏକ ରଡରେ ଝୁଲିପଡିଥିଲା । ଆଜି ସକାଳୁ ପରିବାର ଲୋକ ଏ ନେଇ ପୋଲିସକୁ ଖବର ଦେଇଥିଲେ । ଦେବରଞ୍ଜନ ଜଣେ ମାନସିକ ବିକାରଗସ୍ତ ଥିବା ପରିବାର ଲୋକଙ୍କ ପକ୍ଷରୁ ସୂଚନା ମିଳିଛି । ପୋଲିସ ଘଟଣାରେ ଅଧିକ ଛାନଭିନ୍ ଜାରି ରଖିଛି ।