Photo For The News Of Bjd

ସଂଜୀବଙ୍କ ପାଇଁ ବିଭିନ୍ନ ପଂଚାୟତରେ ବଦ୍ରି ପାତ୍ରଙ୍କ ପ୍ରଚାର

Politics State

ଆଗରପଡ଼ା :ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ନିର୍ବାଚନ ମଣଳୀ ଅନ୍ତର୍ଗତ ବନ୍ତ ବ୍ଲକର ବିଭିନ୍ନ ପଂଚାୟତରେ ଘସିପୁରା ବିଧାୟକ ପ୍ରାର୍ଥୀ ବଦ୍ରିନାରାୟଣ ପାତ୍ର ଭଣ୍ଡାରିପୋଖରୀ ବିଧାୟକ ପ୍ରାର୍ଥୀ ସଂଜୀବଙ୍କ ପାଇଁ ପ୍ରଚାର କରୁଥିବା ଜଣାପଡ଼ିଛି । ବୁଧବାର ଟିଲୋ ପଂଚାୟତରେ ବିଜେଡି ପକ୍ଷରୁ ଅନୁଷ୍ଠିତ ନିର୍ବାଚନି ସଭାରେ ଶ୍ରୀ ପାତ୍ର ଯୋଗଦେଇ ନବୀନ ବାବୁଙ୍କ ବିଭିନ୍ନ ଯୋଜନାରେ ଲୋକେ ଉପକୃତ ହେଉଥିବା କହି ତାଙ୍କୁ ଆଗାମୀ ନିର୍ବାଚନରେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ହେଲେ ଦଳିୟ ବିଧାୟକ ପ୍ରାର୍ଥୀ ସଞ୍ଜୀବ ମଲ୍ଲିକ ଏବଂ ସାଂସଦ ପ୍ରାର୍ôଥନୀ ମଞ୍ଜୁଲତା ମଣ୍ଡଳଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସାଧାରଣ ସଂପାଦକ ସ୍ମୃତିରଞ୍ଜନ ସ୍ୱାଇଁ, ବ୍ଲକ ଯୁବ ସଭାପତି ସତ୍ୟସାଧନ ବେଜ, ସୁବାସ ଦାସଙ୍କ ସମେତ ଅନ୍ୟ ପ୍ରମୁଖ ନେତୃ ବୃନ୍ଦ ଉପସ୍ଥିତ ଥିଲେ । ମଙ୍ଗଳବାର ଗୋପିନାଥପୁର ପଂଚାୟତରେ ଅନୁଷ୍ଠିତ ସଭାରେ ଶ୍ରୀ ପାତ୍ରଙ୍କ ସମତେ ବ୍ଲକ ଅଧ୍ୟକ୍ଷ ମନୋରଜଂନ ଘଡ଼େଇ,ରାଜ୍ୟ ସାଧାରଣ ସଂପାଦକ ସ୍ମୃତିରଞ୍ଜନ ସ୍ୱାଇଁ,ବନ୍ତ ବ୍ଲକ ଯୁବ ବିଜେଡ଼ି ସଭାପତି ସତ୍ୟ ସାଧନ ବେଜ ପ୍ରମୁଖ ଉପସ୍ଥିତ ରହି ବିଧାୟକ ପ୍ରାର୍ଥୀ ସଂଜୀବ ଓ ସାଂସଦ ପ୍ରାର୍ôଥନୀ ମଂଜୁଲତାଙ୍କୁ ବିପୁୁଳ ପରିମାଣରେ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରାଇବା ସହ ନବୀନଙ୍କ ହାତ ମୁଠାକୁ ଟାଣ କରାଇବା ପାଇଁ ନିବେଦନ କରିଥିଲେ ।