Photo2 For The News Of Bjp

କାଦବରାଙ୍ଗଠାରେ ବିଜେପିର ଜନ ଆଶୀର୍ବାଦ ସମାବେଶ

Politics State

ଆଗରପଡ଼ା :ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ନିର୍ବାଚନ ମଣଳୀ ଅନ୍ତର୍ଗତ ବନ୍ତ ବ୍ଲକର କାଦବରାଙ୍ଗ ପଂଚାୟତର କାଦବରାଙ୍ଗ ଠାରେ ବିଜେପି ପକ୍ଷରୁ ଜନ ଆଶୀର୍ବାଦ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭୁବନେଶ୍ୱରର ସାଂସଦ ଅପରାଜିତା ଷଡଙ୍ଗୀ ଯୋଗ ଦେଇ ବିଜେପି ସରକାରଙ୍କ ଜନ ହିତକର କାର୍ଯ୍ୟ ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ । ଏବଂ ଭଣ୍ଡାରିପୋଖରୀ ବିଧାୟକ ପ୍ରାର୍ଥୀ ଡ. ସୁଧାଂଶୁ ଶେଖର ନାୟକ ଓ ଭଦ୍ରକର ସାଂସଦ ପ୍ରାର୍ଥୀ ଅଭିମନ୍ୟୁ ସେଠୀଙ୍କୁ ଭୋଟ ଦେଇ ମୋଦିଜୀଙ୍କ ନେତୃତ୍ୱକୁ ତୃତୀୟ ଥର କ୍ଷମତାସିନ କରାଇବାକୁ ନିବେଦନ କରିଥିଲେ । ବନ୍ତ ମଣ୍ଡଳ ସଭାପତି ଖଗେଶ୍ୱର ବେହେରାଙ୍କ ସଭାପତିତ୍ୱରେ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ବଦ୍ରିନାରାୟଣ ଧଳ, ବିଧାନସଭା ସଂଯୋଜକ ମଣ୍ଟୁ ପରିଜା, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷା ନିରୁପମା ରାଉତ,ପତଞ୍ଜଳି କରଶର୍ମା,ଇଂ ପ୍ରମୋଦ ଜେନା ଏବଂ ରିତାରାଣୀ ବେହେରା ପ୍ରମୁଖ ଯୋଗ ଦେଇ ରାଜ୍ୟରେ ଡବଲ ଇଂଞ୍ଜିନ ସରକାର ଗଠନ ପାଇଁ ବିଜେପିକୁ ଭୋଟ ଦେଇ ଜୟଯୁକ୍ତ କରାଇବାକୁ ନିବେଦନ କରିଥିଲେ । ଏହି ଅବସରରେ କିଛି ଦିନ ତଳେ ବିଜେପିରେ ଯୋଗ ଦେଇଥିବା ପଂଚାୟତ ପୂର୍ବତନ ସରପଞ୍ଚ ଭାଗିରଥି ସେଠୀ, ପୂର୍ବତନ ସମିତି ସଭ୍ୟ ରମେଶ ଚନ୍ଦ୍ର ପହି ଏବଂ କାଦବରାଙ୍ଗ ସେବା ସମବାୟ ସମିତି ସଭାପତି ବାସୁଦେବ ଜେନାଙ୍କ ନେତୃତ୍ୱରେ ନିରଞ୍ଜନ ନାୟକ, ଶ୍ରୀଧର ବିଶ୍ୱାଳ, କୁଳମଣୀ ରାଉତ, ଆଶିଷ ଦାସ ପ୍ରମୁଖ ଶତାଧିକ କର୍ମୀ ଅନ୍ୟଦଳ ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଥିଲେ ।