Onn 3

ନବରଙ୍ଗପୁରରେ ୨ ରୁବେଲା ରୋଗୀ ଚିହ୍ନଟ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା

Health and Science State

ନବରଙ୍ଗପୁର: ନବରଙ୍ଗପୁରରୁ ୨ ରୁବେଲା ରୋଗୀ ଚିହ୍ନଟ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା । ଆକ୍ରାନ୍ତ ୨ ଶିଶୁ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ପୋଡାଲଗୁଡା ଗାଁର । ସେମାନଙ୍କ ବୟସ ଯଥାକ୍ରମେ ୭ ଓ ୨ ବର୍ଷ । ବର୍ତ୍ତମାନ ରୁବେଲାର ସ୍ଥିତି ଯାଞ୍ଚ ପାଇଁ ଗାଁରେ ‘ହୁ’ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଏକ ଟିମ ଉପସ୍ଥିତ ଅଛନ୍ତି । ଘିମିରି ସଦୃଶ୍ୟ ହୋଇ ଥଣ୍ଡା, କାଶ ଜ୍ବରରେ ପୀଡିତ ଥିଲେ ଏହି ୨ ଶିଶୁ ।

ନବରଙ୍ଗପୁର ଭାରାପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମଳୟ କୁମାର ତ୍ରିପାଠୀ ସୂଚନା ଅନୁଯାୟୀ, ଏହି ରୋଗ ଛୁଆମାନଙ୍କ ଦେହରେ ଏତେ ମାରାତ୍ମକ ହୋଇ ନଥାଏ। ଗର୍ଭବତୀ ହେବାର ପ୍ରଥମ ୩ ମାସ ଭିତରେ ଯଦି ମାଆକୁ ରୁବେଲା ରୋଗ ହୁଏ ତେବେ ଶିଶକୁ ସଂକ୍ରମଣ ହୋଇଥାଏ । ଏହି ରୋଗ ପାଇଁ ଆଶାକର୍ମୀଙ୍କ ଜରିଆରେ ସଚେତନ କରାଯାଉଛି। ଏହି ରୋଗ ଏକ ଭୂତାଣୁ ଜନିତ ରୋଗ ହୋଇଥିବାରୁ ଏହା ବାୟୁ ମଣ୍ଡଳରେ ବ୍ୟାପିଥାଏ।।  ଆକ୍ରାନ୍ତ ହୋଇଥିବା ଦୁଇ ରୋଗୀଙ୍କୁ ବର୍ତ୍ତମାନ ସଂଗରୋଦ୍ଧ କରାଯାଇଛି ବୋଲି ଡାକ୍ତର ମଳୟ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି ।