ଆଗରପଡ଼ା :ଆଗରପଡ଼ା ସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପରିସରରେ ଜିଲ୍ଲାସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି ଆଲୋଚନା ଚକ୍ରରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଜଗବଂଧୁ ସାହୁ, ବାସୁଦେବପୁର ବିଇଓ ଜଗବଂଧୁ ସାହୁ, ଧାମନଗର ବିଇଓ ପ୍ରଫୁଲ୍ଲ କୁମାର ସାହୁ,ଜିଲ୍ଲା ଶିକ୍ଷା ସଂଯୋଜକ ବିଶ୍ୱନାଥ ନାୟକ ପ୍ରମୁଖ ଅତିଥିଭାବେ ଯୋଗ ଦେଇ ଛାତ୍ର ଛାତ୍ରୀମାନେ ପ୍ରାଥମିକ ଶିକ୍ଷାରେ ଦୁର୍ବଳ ରହିଲେ ଉଚ୍ଚଶିକ୍ଷା ରେ ଉତ୍ତିର୍ଣ୍ଣ ହେବା କଷ୍ଟକର ବ୍ୟାପାର ହୋଇ ପଡିବ । ଛାତ୍ର ଛାତ୍ରୀ ମାନଙ୍କ ମୂଳଦୂଆ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ରେ ସେମାନଙ୍କୁ ଯଦି ଶିକ୍ଷା ମନସ୍କ କରାଯାଇ ପାରିବ ତେବେ ଅନ୍ୟ ସୋପାନ ଗୁଡିକ ଅତିକ୍ରମ କରିବା ସହଜ ସାଧ୍ୟ ହେବ ବୋଲି କହିଥିଲେ । ଏହି ଅବସରରେ ପ୍ରୟୋଗଶାଳା ଛାତ୍ରଛାତ୍ରୀଙ୍କ ଦ୍ୱାରା ନିପୁଣ ଓଡ଼ିଶା ସଂଗୀତକୁ ନେଇ ନୃତ୍ୟ ପରିବେଷଣ କରାଯାଇଥିଲା । ଛାତ୍ରୀ କାଶ୍ମିନ ଶିଅଳଙ୍କ ଦ୍ୱାରା ଶପଥପାଠ କରାଯାଇଥିଲା । ଏଥି ସହିତ ଅତିଥି ମାନେ ନିପୁଣ ଓଡ଼ିଶା ଲିଫଲେଟ ଉନ୍ମୋଚନ କରିଥିଲେ ଓ ଛାତ୍ରୀ ଭାଗ୍ୟଶ୍ରୀ ପାତ୍ର ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ । ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଡ.କାର୍ତ୍ତିକେଶ୍ୱର ରାଉଳଙ୍କ ସଭାପତିତ୍ୱରେ ଆୟୋଜିତ ଆଲୋଚନା ଚକ୍ରରେ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ନିର୍ମଳ ଚନ୍ଦ୍ର ସେଠୀ ଅତିଥି ପରିଚୟ, ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଡ. ପ୍ରଦୀପ ନାୟକ ବେଦପାଠ ଓ ଶିକ୍ଷକ ପ୍ରଶିକ୍ଷକ ପ୍ରଫୁଲ୍ଲ ଗୋଚ୍ଛାୟତ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଜିଲ୍ଲାର ବିଭିନ୍ନ ବ୍ଲକର ବହୁ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଦ୍ୱାରା ଶିକ୍ଷା ସଂପର୍କୀତ ବିଭିନ୍ନ ଉପାଦେୟ ତଥ୍ୟ ପ୍ରଦର୍ଶିତ ହୋଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ପ୍ରତିଷ୍ଠାନର ଶିକ୍ଷକ/ଶିକ୍ଷିକାଙ୍କ ସମେତ କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ ।
