Onn 3

ଚଢ଼ଉ କରିବାକୁ ଯାଇ ଦୁଇ ଘଣ୍ଟା ଅଟକ ରହିଲେ ଅବକାରୀ ବିଭାଗ କର୍ମଚାରୀ

State

kamar

ଜଳେଶ୍ବର: ଚଢ଼ଉ କରିବାକୁ ଯାଇ ଅଟକ ରହିଲେ ଅବକାରୀ ବିଭାଗ କର୍ମଚାରୀ । ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ଆଉସା ଗ୍ରାମରେ ଚୋରା ମଦ ବେପାରୀଙ୍କ ଘରେ ଚଢଉ କରିବାକୁ ଯାଇଥିବା ବେଳେ ୨ ଘଣ୍ଟା ଅଟକ ରହିଲେ ଜଳେଶ୍ୱର ଅବକାରୀ ବିଭାଗର କର୍ମଚାରୀ । ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଅବକାରୀ ଟିମକୁ ଉଦ୍ଧାର କରିଥିଲେ ଭୋଗରାଇ ଅତିରିକ୍ତ ତହସିଲଦାର ଏବଂ କମର୍ଦ୍ଦା ଥାନା ପୋଲିସ । ଗତକାଲି ଭୋଗରାଇ ବ୍ଲକ ପରିସରରେ ଆୟୋଜିତ ହୋଇଥିବା ଅଭିଯୋଗ ଶୁଣାଣି ଶିବିରରେ ଆଉସା ଗ୍ରାମରେ ଚୋରା ମଦ ବିକ୍ରି ହେଉଥିବା ନେଇ ଅଭିଯୋଗ ହୋଇଥିଲା ।

ଅଭିଯୋଗ ଆଧାରରେ ଜଳେଶ୍ୱର ଅବକାରୀ ବିଭାଗ ପକ୍ଷରୁ ଆଉସା ଗ୍ରାମର ଚୋରା ମଦ ବେପାରୀ କାହ୍ମୁ ବାରିକଙ୍କ ଘରେ ଚଢ଼ାଉ ହୋଇଥିଲା । ଚଢଉ ସମୟରେ କାହ୍ନୁ ବାରିକ ଘଟଣା ସ୍ଥଳରୁ ଫେରାର ହୋଇଥିବା ବେଳେ ପରିବାର ଲୋକ ଅବକାରୀ ଟିମକୁ ୨ ଘଣ୍ଟା ଅଟକ ରଖିଥିଲେ । ଭୋଗରାଇ ଅତିରିକ୍ତ ତହସିଲଦାର ଏବଂ କମର୍ଦ୍ଦା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ । ଚଢ଼ଉରେ ଲକ୍ଷାଧିକ ଟଙ୍କାର ଚୋରା ଦେଶୀ ବିଦେଶୀ ମଦ ଜବତ ହୋଇଛି । ଘରେ ଉପସ୍ଥିତ ଥିବା ଜଣେ ମହିଳାଙ୍କୁ ଗିରଫ କରିଛି ଅବକାରୀ ଟିମ ।