Onn 3

ମହାରାଜା ଶ୍ରୀ ରାମଚନ୍ଦ୍ର ଭଞଦେଓ ବିଶ୍ୱବିଦ୍ୟାଳୟରେ ବନ୍ୟଜନ୍ତୁ ଓ ଜୈବ ବିବିଧତା ସଂରକ୍ଷଣ ସପ୍ତାହ ଅବସରରେ ଆଲୋଚନାଚକ୍ର ଅନୁଷ୍ଠିତ

State

ବାରିପଦା: ବନ୍ୟପ୍ରାଣୀ ଓ ଜୈବ ବିବିଧତା ସଂରକ୍ଷଣ ସଚେତନତା ସପ୍ତାହ ପାଳନ ଅବସରରେ ମହାରାଜା ଶ୍ରୀ ରାମଚନ୍ଦ୍ର ଭଞଦେଓ ବିଶ୍ୱବିଦ୍ୟାଳୟର ଲିଟେରାରୀ କ୍ଲବ ସହଯୋଗିତାରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଅଛି । ବିଶ୍ୱବିଦ୍ୟାଳୟ ର ସମ୍ମିଳନୀ କକ୍ଷରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଙ୍କ ପୈାରହିତରେ ଅନୁଷ୍ଠିତ ଉକ୍ତ ଆଲୋଚନାଚକ୍ରରେ ବିଶ୍ୱବିଦ୍ୟାଳୟ କୂଳପତି ପ୍ରଫେସର ସନ୍ତୋଷ କୁମାର ତ୍ରୀପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦାନକରି ନିଜସ୍ୱ ବ୍ୟକ୍ତବ୍ୟରେ ଶିମିଳିପାଳ ଉପରେ ଅଧିକ ରୁ ଅଧିକ ଗବେଷଣା ହେବାର ଆବଶ୍ୟକତା ଅଛି ବୋଲି ମତ ରଖିଥିଲେ । ପ୍ରାକ୍ତାନ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ ସମ୍ମିନୀତ ଅତିଥି ଭାବେ ଯୋଗଦାନକରି ନିଜସ୍ୱ ଅଭିଭାଷଣରେ ଛାତ୍ର ଛାତ୍ରୀ ମାନଙ୍କର ବନ୍ୟପ୍ରାଣୀ ମାନଙ୍କ ସମ୍ବନ୍ଧରେ କ୍ଷେତ୍ରପରିଦର୍ଶନ ପୂର୍ବକ ବାସ୍ତବ ଜ୍ଞାନ ର ଆବଶ୍ୟକତା ଅଛି ବୋଲି କହିଥିଲେ ।

ବିଶ୍ୱବବିଦ୍ୟାଳୟ ଅନ୍ତର୍ନିହିତ ଗୁଣବତ୍ତା ପରିମାପକ ବିଭାଗର ନିର୍ଦ୍ଧେଶିକା କମ୍ପ୍ୟୁଟର ପ୍ରାୟୋଜିକ ବିଭାଗ ପ୍ରଫେସର ଏମ. ହିମାବିନ୍ଦୁ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦାନକରି ପ୍ରାକୃତିକ ପରିବେଶକୁ ଆପଣାର କରି ବଞ୍ଚିବାର କୈାଶଳ ଆମେ ଶିମିଳିପାଳ ଆଦିମ ଅଧିବାସୀ ମାନଙ୍କ ଠାରୁ ଶିକ୍ଷା କରିବାର ଅଛି ବୋଲି ବ୍ୟକ୍ତବ୍ୟ ରଖିଥିଲେ । ଏଥିରେ ଲିଟେଟାରୀ କ୍ଲବ ର ସଂଯୋଜିକ ବିଭାଗୀୟ ସହକାରୀ ପ୍ରଫେସର ଡକ୍ଟର ଶୁଭାନୀ ରଥ ମଞ୍ଚ ପରିଚାଳନା କରିଥିବାବେଳେ ବିଭାଗୀୟ ଅନ୍ୟତମ ସହକାରୀ ପ୍ରଫେସର ଡକ୍ଟର ଦେବାଶିଷ ନାୟକ , ଡକ୍ଟର ଅଶୋକ କୁମାର ମଲ୍ଲିକ , ଡକ୍ଟର ରବିନ୍ଦ୍ର କୁମାର ମିଶ୍ର ପ୍ରମୁଖ ସହେଯାଗ କରିଥିଲେ । ସର୍ବଶେଷରେ ବିଭଗୀୟ ବରିଷ୍ଠ ସହକାରୀ ପ୍ରଫେସର ଡକ୍ଟର ସୃଷ୍ଟିଧର ରାଉତ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଆଲୋଚନାଚକ୍ର ରେ ବିଶ୍ୱବିଦ୍ୟାଳୟର ସମସ୍ତ ବିଭାଗର ବହୁ ଅଧ୍ୟାପକ , ଅଧ୍ୟାପିକା ଯୋଗଦାନ କରିବା ସହିତ ଛାତ୍ର ଛାତ୍ରୀମାନେ ଯୋଗଦାନ କରିଥିଲେ ।