Onn 3

କଲ୍କିକୀ ଅବତାରରେ ଠାକୁରଙ୍କୁ ଦର୍ଶନ କଲେ ଭକ୍ତ

Religion and Cult State

ଗଜପତି: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଗୁଣ୍ଡିଚା ବାଡ଼ି ଠାରେ ପ୍ରଭୁ ଶ୍ରୀ ଜଗନ୍ନାଥ ଓ ପ୍ରଭୁ ଶ୍ରୀ ବଳଭଦ୍ରଙ୍କୁ କଲ୍କକୀ ଅବତାରରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି।ଠାକୁରଙ୍କ ଏହି ଅବତାର ଦେଖିବା ପାଇଁ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି। ଭକ୍ତ ମାନେ ନଡ଼ିଆ କଦଳୀ, ଫୁଲ ଦୀପ ଧରି ଠାକୁରଙ୍କୁ ପୂଜାର୍ଚ୍ଚନା କରିବା ସହ ଦର୍ଶନ କରିଥିଲେ। ପାଗ ଅନୁକୂଳ ହୋଇ ଥିବାରୁ ଆଖ ପାଖର ପୁରପଲ୍ଲୀରୁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା।

ଭକ୍ତ ମାନେ ଠାକୁରଙ୍କ ଦର୍ଶନ କରିବା ସହ ମିନା ବଜାର,ରାମ ଦୋଳି ବିଭିନ୍ନ ଖାଦ୍ୟ ସାମଗ୍ରୀର କ୍ରୟ ଓ ବିଭିନ୍ନ ଘର କରଣା ଜିନିଷ କିଣୁଥିବାର ଦେଖିବାକୁ ମିଳିଛି।