Onn 3

ତିନି ଦିଅଁ ଙ୍କ କାଞ୍ଚି ବିଜୟ ବେଶରେ ଭକ୍ତ ଙ୍କୁ ଦର୍ଶନ

Religion and Cult State

ବାରିପଦା: ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ଠାରେ ଶ୍ରୀ ଶ୍ରୀ ହରିବଳଦେବଜୀଉ ମନ୍ଦିର ରୁ ତିନି ଠାକୁର ଙ୍କ ସମେତ ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ ହୋଇ ମାଉସୀମା ମନ୍ଦିର ରେ ପହଞ୍ଚିବା ପରେ ତିନି ଦିଅଁ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁ , ବଡ ଠାକୁର ପ୍ରଭୁ ବଳଭଦ୍ର , ମା ସୁଭଦ୍ରା ମାଉସୀମା ମନ୍ଦିର ଠାରେ ପ୍ରତ୍ୟେକ ଦିନ ବିଭିନ୍ନ ବେଶରେ ସୁସଜିତ ହୋଇ ଭକ୍ତ ଙ୍କୁ ଦର୍ଶନ ଦେଇଛନ୍ତି । ଆଜି ତିନି ଠାକୁର ମଙ୍ଗଳବାର କାଞ୍ଚି ବିଜୟ ଅବତାର ରେ ସଜିତ ହୋଇ ଭକ୍ତ ଙ୍କୁ ଦର୍ଶନ ଦେଇଛନ୍ତି ।

ସେହିପରି ସାନ ଜଗନ୍ନାଥ ମନ୍ଦିରରେ ମଧ୍ୟ ମାଉସୀମା ମନ୍ଦିର ରେ ତିନି ଦିଅଁ ଆଜି କାଞ୍ଚି ବିଜୟ ବେଶରେ ସୁସଜିତ ହୋଇ ଭକ୍ତ ଙ୍କୁ ଦର୍ଶନ ଦେଇଛନ୍ତି । ଆସନ୍ତକାଲି ବୁଧବାର ପୂର୍ବାହ୍ନ ୯ ଘଟିକା ଠାରୁ ୧୧ ଘଟିକା ମଧ୍ୟରେ ତିନି ଠାକୁର ଦ୍ୱାରିକା ବେଶରେ ସଜିତ ହୋଇ ଭକ୍ତ ଙ୍କୁ ଦର୍ଶନ ଦେବାପରେ ୧୨ ଟାରୁ ୧ ଟା ମଧ୍ୟରେ ସର୍ବସାଧାରଣ ଙ୍କ ନିମନ୍ତେ ପ୍ରସାଦ ବଣ୍ଟନ ହେବ । ଏହାପରେ ୨.୩୦ ରୁ ୩.୩୦ ମଧ୍ୟରେ ଚକାଛଡା ନିତୀ ଏବଂ ଅପରାହ୍ନ ୫ ଟାରୁ ରାତ୍ରୀ ୮ ଟା ମଧ୍ୟରେ ରଥ ଉପରକୁ ବାହୁଡା ପହଣ୍ଡି ହୋଇ ତିନି ଠାକୁର ରଥା ରୂଢ ହେବେ । ତହିଁ ପର ଦୁଇଦିନ ଗୁରୁବାର ଏବଂ ଶୁକ୍ରବାର ରଥ ଟଣା (ବାହୁଡା ଯାତ୍ରା) କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।