Ki

କିଟ୍ ରେ ନେପାଳୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଉତ୍ତେଜନା

State

ଭୁବନେଶ୍ୱର : କିଟ୍ ରେ ତୃତୀୟ ବର୍ଷ ବିଟେକ୍‍ ପଢ଼ୁଥିବା ଜଣେ ନେପାଳ ଛାତ୍ରୀ ରବିବାର ହଷ୍ଟେଲରେ ଜୀବନ ହାରିଥିଲେ  ।  ଏନେଇ ଗଣାମାଧ୍ୟମରେ ସୂଚନା ଦେଇଛନ୍ତି କୁଳ ସଚିବ ଜ୍ଞାନ ରଞ୍ଜନ ମହାନ୍ତି  । ଛାତ୍ରୀଙ୍କ ସହ କିଟରେ ପାଠ ପଢ଼ୁଥିବା ଅନ୍ୟ ଜଣେ ଛାତ୍ରର ପ୍ରେମ ସମ୍ପର୍କ ରହିଥିବା ଅନୁମାନ କରାଯାଉଛି ।  କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖା ଦେବାରୁ ଛାତ୍ରୀ ଜଣକ ଜୀବନ ହାରିଥିଲେ ବୋଲି ଅନୁମାନ କରାଯାଉଛି ।

ଏହି ଘଟଣା ତୁରନ୍ତ ପୋଲିସକୁ ହସ୍ତାନ୍ତର କରାଯାଇଥିଲା ।  ପୋଲିସ ସଂପୃକ୍ତ ଛାତ୍ରଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି ।  ଏହାକୁ ନେଇ କିଟରେ ପଢ଼ୁଥିବା ନେପାଳୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା ।  କିଟ୍‍ କର୍ତ୍ତୃପକ୍ଷ ବୁଝାସୁଝା କରିବା ପରେ ପିଲାମାନେ ବୁଝିଥିଲେ । ପରିସ୍ଥିତିକୁ ଦେଖି ସେହି ହଷ୍ଟେଲରେ ରହୁଥିବା ପିଲାମାନଙ୍କୁ ନିଜ ନିଜ ଘରକୁ ପଠାଇ ଦିଆଯାଇଛି । ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣାଧୀନ ଓ  ଶାନ୍ତ ରହିଛି ।