Photo For The News Of Volleyball

ପ୍ରଦୀପ ମେମୋରିଆଲ ଦିବାରାତ୍ର ଭଲିବଲ୍ ଟୁର୍ଣ୍ଣାମେଣ୍ଟ, ଭଦ୍ରକ ଡାଲଚିନ୍ ଚାମ୍ପିଅନ

State

ଆଗରପଡ଼ା :ବନ୍ତ ବ୍ଲକ ଅନ୍ତର୍ଗତ ଟିଲୋ ହନୁମାନ ପଡ଼ିଆରେ ଚାଲିଥିବା ରାଜ୍ୟସ୍ତରୀୟ ଦିବାରାତ୍ର ଦିନିକିଆ ପ୍ରଦୀପ ମେମୋରିଆଲ୍ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଇଂ ସୁଧାଂଶୁ ନାୟକଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଟୁର୍ନାମେଣ୍ଟକୁ ପୂର୍ବତନ ପିସିସି ସଭାପତି ନିରଜଂନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ । ଏଥିରେ ରାଜ୍ୟର ପ୍ରମୁଖ ୪ ଗୋଟି ଦଳ ଏପିସିକ୍ସର,ଯାଜପୁର,ବ୍ଲୁଡାଇମଣ୍ଡ, ବାଲେଶ୍ୱର,ଜେଭିସି ମୟୁରଭଞ୍ଜ ଓ ଡାଲଚିନି ଭଦ୍ରକ ଅଂଶଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚ୍ ମୟୂରଭଞ୍ଜ ଜେବିସି ଓ ଭଦ୍ରକ ଡାଲଚିନ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଡାଲଚିନ୍ ଚାମ୍ପିଅନ ହୋଇଥିଲା । ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ପ୍ରାକ୍ତନ ବିଧାୟକ ପ୍ରଫୁଲ୍ଲ ସାମଲ, ବିଜେପି ନେତା ଡ. ସୁଧାଂଶୁ ଶେଖର ନାୟକ, ଡାକ୍ତର ମୁରଲୀଧର ସୂତାର, ଯୁବ ସମାଜସେବୀ ଉତ୍କଳ କେଶରୀ ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ । ଟୁର୍ଣ୍ଣାମେଣ୍ଟର ଚାମ୍ପିଅନ ଦଳକୁ କୃପାସିନ୍ଧୁ ନାୟକ ମେମୋରିଆଲ ଟ୍ରଫି ଓ ରନର୍ସ ଅପ୍ ଦଳକୁ ଶିକ୍ଷାବିତ୍ କପିଳେଶ୍ୱର ନାୟକ ମେମୋରିଆଲ ଟ୍ରଫି ଓ ବେଷ୍ଟ ଲିବେରୋଙ୍କୁ ଶକୁନ୍ତଳା ବରାଳ ମେମୋରିଆଲ ଟ୍ରଫି ପ୍ରଦାନ କରାଯାଇଥିଲା । ସେହିପରି ବେଷ୍ଟ ଖେଳାଳିମାନଙ୍କୁ ମାଧବାନନ୍ଦ ଧଳ, ଗଣେଶ ପ୍ରସାଦ ରାଜ, ସୁରେଶ ରାଜ ମେମୋରିଆଲ ଟ୍ରଫି ପ୍ରଦାନ କରାଯାଇଥିଲା । ରେଫରି ଭାବେ ସଞ୍ଜୟ କୁମାର ବଳ, ଜ୍ୟୋତି ପ୍ରକାଶ, ଅମୂଲ୍ୟ କୁମାର ପରିଡା, ଭାଷ୍ୟକାର ଭାବେ ସଞ୍ଜୟ ମଜୁମଦାର ଓ ସେକ୍ ଆଝାରୁଦ୍ଦିନ୍ ଦାୟିତ୍ୱ ନିର୍ବାହ କରିଥିଲେ । ଟୁର୍ଣ୍ଣାମେଣ୍ଟ କମିଟି ସଭାପତି ପ୍ରାକ୍ତନ ସରପଂଚ ବିଜୟ ନାୟକ, ସମ୍ପାଦକ ସମାଜସେବୀ ସୁଧିର ନାୟକ, କୋଷାଧ୍ୟକ୍ଷ ଖଗେଶ୍ୱର ବରାଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଉମେଶ ସେଠୀ, କବି ପ୍ରସାଦ ଧଳ, ଶିବା ନାୟକ, ମିତୁ ରାଜ, ଖୁଜ ନାୟକ, ସତ୍ୟ ବରାଳ, ଶୁଭମ ନାୟକ, ବିଭୂ ନାୟକ, ବବୁଲ ଧଳ, ବାପୁନ ବିଶ୍ୱାଳ, ପ୍ରଣବ କିଶୋର ଲେଙ୍କା, ଶତ୍ରୁଘ୍ନ ବିଶ୍ୱାଳ, ହିମାଂଶୁ ନାୟକ, ଅଜିତ ରାଜ, ସୁଦାମ ନାୟକ, ସୁନୀଲ ସେଠୀ, ଅଜିତ ନାୟକ, ବାଦଲ ନାୟକ, ଅଶୋକ ନାୟକ, ବଳିଆ ଦାସ, ପପୁ ରାଜ, ଆକାଶ ସ୍ୱାଇଁ, ନିକୁ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।