ଆଗରପଡ଼ା :ବନ୍ତ ବ୍ଲକ ଛୟାଳସିଂହ ପଂଚାୟତ ସରକାରୀ ସଂଯୁକ୍ତ ଉପ୍ରା ବିଦ୍ୟାଳୟ ମଙ୍ଗୁଲିରେ ଆଜି ପ୍ରବେଶ ଉତ୍ସବ ଖଡ଼ିଛୁଆଁ ଓ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀଙ୍କ ଦ୍ୱାରା ଶିଶୁବାଟିକା ପିଲା ମାନଙ୍କୁ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଓ ପ୍ରବେଶ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ବିଦ୍ୟାଳୟ ସହକାରୀ ଶିକ୍ଷକ ହୃଷିକେଶ ଦାସଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମାକାନ୍ତ ରାଉତଙ୍କ ସଭାପତି ତ୍ୱ ଓ ସୁକାନ୍ତ ବେହେରାଙ୍କ ମଂଚ ସଂଚାଳନରେ ମୁଖ୍ୟ ଅତିଥି ବନ୍ତ ଗୋଷ୍ଠୀ ଶିକ୍ଷାଧିକାରିଣୀ ଡ. ସୁକିର୍ତ୍ତୀ କର, ମୁଖ୍ୟ ବକ୍ତା ବନ୍ତ ବ୍ଲକ ବିଡିଓ ନିଶିକାନ୍ତ ଖୁଣ୍ଟିଆ, ସମ୍ମାନୀତ ଅତିଥି ବନ୍ତ ବ୍ଲକ ବିଆରସିସି ହରେକୃଷ୍ଣ ଆପଟ୍ଟ ,ସ୍ଥାନୀୟ ସରପଂଚ ସତ୍ୟଭାମା ଧଳ, ସମିତିସଭ୍ୟା ନିରୁପମା ରାଉତ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷାବିତ ଅଲେଖ ଚନ୍ଦ୍ର ନାୟକ, ସରମରା ପୁରୁଷୋତ୍ତମ ବିଦ୍ୟାମନ୍ଦିର ପ୍ରଧାନଶିକ୍ଷୟତ୍ରୀ ମମତା ରାଣୀ ମଲ୍ଲିକ,ପ୍ରାକ୍ତନ ସିଆରସିସି ରାମଚନ୍ଦ୍ର ଜେନା,ପରିଚାଳନା କମିଟି ସଭାପତି ହରେକୃଷ୍ଣ ପରିଡ଼ା,ୱାର୍ଡ଼ ସଭ୍ୟା ବୀଣାପାଣି ଘଡ଼ାଇ ପ୍ରମୁଖ ଯୋଗଦେଇଥିଲେ । ଶିକ୍ଷକ ଅମର ଚରଣ ସ୍ୱାଇଁ ଅତିଥି ପରିଚୟ, ମହାମାୟା ଜେନା ଧନ୍ୟବାଦ ପ୍ରଦାନ କରିଥିଲେ । ଶିକ୍ଷୟତ୍ରୀ ବିଦ୍ୟୁତପ୍ରଭା ମଲ୍ଲିକ, ଅନୁସୟା ଜେନା ,ଗୁଣନିଧି ଘଡ଼ାଇ, ପ୍ରୀତିଲତା ପରିଡ଼ା, କବିତା ଜେନା ,ଅଞ୍ଜନବାଳା ରାଉତ, ରଞ୍ଜିତା ବଳ, ମାଳତୀ ଜେନା, ବାସୁଦେବ ଜେନା, ଶୁଭକିଙ୍କର ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ବିଦାୟୀ ଶିକ୍ଷକଙ୍କୁ ଅତିଥିଙ୍କ ଦ୍ୱାରା ମାନପତ୍ର ଓ ଊପଢ଼ୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।
