Biswa

ସରିଲା ଛତିଶଗଡ଼ ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନଙ୍କ କାର୍ଯ୍ୟକାଳ

State

ଭୁବନେଶ୍ୱର : ଛତିଶଗଡ଼ରେ ନୂଆ ରାଜ୍ୟପାଳଙ୍କ ନିଯୁକ୍ତି ନେଇ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଫଳରେ ଓଡ଼ିଶାର ବିଶ୍ୱ ଭୂଷଣ ହରିଚନ୍ଦନଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ବିଶ୍ୱ ଭୂଷଣ ଗତ ବର୍ଷ ଫେବ୍ରୁଆରୀ ୨୩ ତାରିଖରୁ ଛତିଶଗଡ଼ର ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ । ଏହା ପୂର୍ବରୁ ସେ ୨୦୧୯ ଜୁଲାଇ ୧୯ ତାରିଖରୁ ୨୦୨୩ ଫେବ୍ରୁଆରୀ ୨୨ ତାରିଖ ପର୍ଯ୍ୟନ୍ତ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଭାବରେ କାର୍ଯ୍ୟ କରୁଥିଲେ । ଏହା ସହିତ ରାଜ୍ୟପାଳ ଭାବେ ତାଙ୍କର ୫ ବର୍ଷର କାର୍ଯ୍ୟକାଳ ଶେଷ ହୋଇଛି ।

ଓଡ଼ିଶାର ବିଜେପିର ଜଣେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଥିଲେ ବିଶ୍ୱ ଭୂଷଣ । ଏବେ ତାଙ୍କର ପୁଅ ପୃଥ୍ଵୀରାଜ ହରିଚନ୍ଦନ ରାଜ୍ୟରେ ଆଇନ୍‌ ମନ୍ତ୍ରୀ ଅଛନ୍ତି ।