Criminals

ବିହାରରୁ ବନ୍ଧୁକ ଆଣି ଓଡ଼ିଶାରେ ଯୋଗାଉଥିଲେ, ଗ୍ୟାଙ୍ଗର ୬ ଗିରଫ, ୫ ବନ୍ଧୁକ ଜବତ

Crime State

ଭୁବନେଶ୍ୱର : କମିଶନରେଟ ପୋଲିସକୁ ବଡ ସଫଳତା । ବଡ ସଂଗଠିତ ଅପରାଧୀ ଗ୍ୟାଙ୍ଗ ଠାବ  । ଗ୍ୟାଙ୍କର ମୁଖ୍ୟ ରଶ୍ମି ରଞ୍ଜନ ସ୍ବାଇଁଙ୍କ ସମେତ ୬ ଜଣଙ୍କୁ ଗିରଫ କରିଛି ସ୍ପେଶାଲ ସ୍କ୍ୱାଡ । ରଶ୍ମି ନାଁରେ ୫ଟି ବେଆଇନ ଅସ୍ତ୍ରଶସ୍ତ୍ର କାରବାର ମାମଲା ରହିଛି ।
ଦୀର୍ଘଦିନରୁ ରଶ୍ମି ବିହାରରୁ ବେଆଇନ୍ ଭାବେ ବନ୍ଧୁକ ଆଣି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଯୋଗାଉଥିଲା  । ଏଥିସହ ଦାଦା ବଟି, ବେଆଇନ ବାଲି ଚାଲାଣ ମାମଲାରେ ମଧ୍ୟ ରଶ୍ମିର ସଂପୃକ୍ତ ରହିଛି ।

ସେମାନଙ୍କ ଠାରୁ ୫ ବନ୍ଧୁକ, ୯ ରାଉଣ୍ଡ ଗୁଳି, ୨ଟି ବାଇକ୍ ଜବତ କରିଛି ପୋଲିସ  । ଜବତ ବନ୍ଧକୁ ମଧ୍ୟରୁ ୩ଟି ସେମି ଅଟୋମେଟିକ ବନ୍ଧୁକ ରହିଛି  । କେନ୍ଦ୍ରାପଡ଼ାରେ ଅପହରଣ, ହତ୍ୟା, ମୃତଦେହକୁ ପୋଡି ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଏହି ଗ୍ୟାଙ୍ଗର ଜଣେ ସଂପୃକ୍ତ ରହିଛି । ଗତ ଜୁନରେ ଖୋର୍ଦ୍ଧାରେ ଜଣେ ନିଶା ବେପାରୀ ହତ୍ୟା ମାମଲାରେ ଏହି ଗ୍ୟାଙ୍ଗର ସଦସ୍ୟ ମୋଷ୍ଟ ୱାଣ୍ଟେଡ ଥିବା ପ୍ରେସମିଟରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସଂଜୀବ ପଣ୍ଡା  ।