471128438 1130004465797115 1488822208697773996 N

ଡିସେମ୍ବର ୨୩ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି

State

ଭୁବନେଶ୍ୱର: ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି । ଆସନ୍ତା ଡିସେମ୍ବର ୨୩ତାରିଖ ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ। ଏନେଇ ସୂଚନା ଦେଇଛି ରାଜ୍ୟ ସାଧାରଣ ଅ ସାଧାରଣ ଅଭିଯୋଗ ବିଭାଗ।

ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ସଏହି ଦିନ ଅନ୍ୟ ସରକାରୀ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ରହିଛି।  ତେଣୁ  ଡିସେମ୍ବର୨୩ ତାରିଖରେ ଭୁବନେଶ୍ଵର ୟୁନିଟ-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନ ଶୁଣାଣି ବନ୍ଦ ରହିବ।

ତେବେ ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ସମ୍ବାଦପତ୍ର ଜରିଆରେ ଜଣାଇ ଦିଆଯିବ ବୋଲି ଏ ସମ୍ପର୍କରେ ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।