Photo For The News Of Old Tree

ବିପଦ ସୃଷ୍ଟି କରୁଛି ଶୁଖିଲା ଗଛ ଡ଼ାଳ

Religion and Cult

ଆଗରପଡ଼ା :ଆଗରପଡ଼ା ଠାରୁ ବରପଦା ମଧ୍ୟରେ ଥିବା ବିଭିନ୍ନ ବଜାର ଅଂଚଳ ଯଥା ଆଗରପଡ଼ା ,ଶେଉଳଗଡ଼ିଆ, ଜାମବଣୀ ଓ କାଦବରାଙ୍ଗରେ ଥିବା ପୁରୁଣା ଶୁଖିଲା ଗଛ ଡ଼ାଳ ଝୁଲି ରହିବା ଫଳରେ ଲୋକେ ଭୟଭୀତ ଅବସ୍ଥାରେ ଚଳପ୍ରଚଳ କରୁଛନ୍ତି । ସାମାନ୍ୟ ପବନ ହେଲେ ଏହି ଶୁଖିଲା ଡ଼ାଳ ଖସି ପଡ଼ି ଲୋକେ ଖଣ୍ଡିଆଖାବରା ହେବାସହ ଯାଆଆସ କରୁଥିବା ଯାନବାହାନ ନଷ୍ଟ ହେଉଛି । ଏହିପରି ଘଟଣାର ଅନେକ ନଜୀର ରହିଛି । ଏ ସଂପର୍କରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଆଜିଯାଏ ଏହାର କୌଣସି ପ୍ରତିକାର କରାଯାଇପାରିନାହିଁ । ବିଭିନ୍ନ ସ୍ଥାନକୁ ଯିବା ପାଇଁ ଉକ୍ତ ଛକ ଅଂଚଳରେ ବହୁ ଲୋକଙ୍କ ସମାଗମ ହୋଇଥାଏ । ତେଣୁ କୌଣସି ବଡ଼ ବିପଦ ଘଟିବା ପୂର୍ବରୁ ଶୁଖିଲା ଗଛ ଡ଼ାଳ ପରିଷ୍କାର କରିବାକୁ ବିଭାଗୀୟ ଉଚ୍ଚକର୍ତ୍ତୁପକ୍ଷ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।