Onn 3

ଜିଲ୍ଲାପାଳଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

State

ବାରିପଦା:  ସ୍ଥାନୀୟ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ମୟୁରଭଞ୍ଜର ବିଦାୟୀ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କୁ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି I ଏସୋସିଏସନର ଉପ ସଭାପତି ମନୋଜ କୁମାର ସାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ନଗରପାଳ କୃଷ୍ଣIନନ୍ଦ ମହାନ୍ତି, ସହ ସମ୍ପାଦକ ବୈଦ୍ୟନାଥ ରଥ, ଅଶୋକ ପଟ୍ଟନାୟକ, ଅମର କୁମାର ସେଠି, ଅମ୍ବିକା ରାଉତ, ପ୍ରସନ୍ନଜିତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ I ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ସ୍ୱାଗତ ଅଭିଭାଷଣରେ ବାରିପଦା ଷ୍ଟାଡିୟମର ଭିତ୍ତିଭୂମିର ବିକାଶ ସହ କ୍ରୀଡ଼ାବିତ ମାନଙ୍କ ସଫଳତା ପାଇଁ ସଦାସର୍ବଦା ଉତ୍ସାହିତ କରିଚାଲିଥିବା ଜିଲ୍ଲାପାଳଙ୍କ ଭୂମିକାର ଭୁୟୀୟସୀ ପ୍ରଶଂସା କରିଥିଲେ I

ଉପ ସଭାପତି ବିବେକାନନ୍ଦ ପଟ୍ଟନାୟକ, ସହ ସମ୍ପାଦକ ରବୀନ୍ଦ୍ର କୁମାର ମହାନ୍ତି, ବରିଷ୍ଠ ସଦସ୍ୟ ତଥା ଆଇନଜୀବୀ ଜ୍ୟୋତିପ୍ରକାଶ ରଥ, ଜିଲ୍ଲାରେ କ୍ରୀଡାର ବିକାଶ ସହ ବାରିପଦା ଷ୍ଟାଡିୟମର ବିକାଶ ପାଇଁ ଜିଲ୍ଲାପାଳଙ୍କ ଭୂମିକା ଉଲ୍ଲେଖନୀୟ ବୋଲି ପ୍ରକାଶ କରିଥିଲେ I ଜିଲ୍ଲାପାଳ ମୟୁରଭଞ୍ଜରେ ପ୍ରାୟ ୬ ବର୍ଷର ରହଣି ଭିତରେ ନିଜକୁ କେତେବେଳେ ମୟୂରଭଂଜିଆ ହୋଇଗଲେ ବୋଲି ପ୍ରକାଶ କରିବା ସହ ମୟୁରଭଞ୍ଜ କ୍ରୀଡାର ଉତ୍ତୋରତର ଉନ୍ନତି କାମନା କରିଥିଲେ I ଶେଷରେ ଏସୋସିଏସନ ତରଫରୁ ଉପଢୌକନ ଓ ରୌପ୍ୟ ସ୍ମୃତି ଫଳକ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା I ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I ଏହି କାର୍ଯ୍ୟକ୍ରମରେ ଶତାଧିକ ସଦସ୍ୟ ଉପସ୍ଥିତ ରହି ଜିଲ୍ଲାପାଳଙ୍କ ବିଦାୟ କାଳୀନ ଉତ୍ସବକୁ ସଫଳ କରିଥିବାରୁ ସମ୍ପାଦକ ଶ୍ରୀ ଦାସ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ I