Onn 3

ରାଜନୀତିରେ ଜଣେ ଭିନ୍ନ ପ୍ରତିଭା ଥିଲେ ଚୈତନ୍ୟ ପ୍ରସାଦ ମାଝୀ

State

ବାରିପଦା : ମୟୁରଭଞ୍ଜ ଜିଲ୍ଲା ତଥା ଓଡ଼ିଶାର ଶିକ୍ଷା ଏବଂ ଅନୁସୂଚିତ ବର୍ଗ ମାନଙ୍କ ବିକାଶ ଦିଗରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ, ରାଜ୍ୟ ସରକାରଙ୍କର ପୂର୍ବତନ ଶିକ୍ଷା, ଅନୁସୂଚୀତ ଜାତି, ଜନଜାତି ବିଭାଗର କ୍ୟାବିନେଟ ମନ୍ତ୍ରୀ ଚୈତନ୍ୟ ମାଝୀଙ୍କ ଅବଦାନ ଅବିସ୍ମରଣୀୟ ହୋଇ ରହିଛି ଏବଂ ରାଜନୀତିରେ ସ୍ୱର୍ଗତଃ ମାଝୀ ଜଣେ ଭିନ୍ନ ପ୍ରତିଭା ଥିଲେ ବୋଲି ଆଜି ଓଡ଼ିଆ ଜାଗରଣ ମଞ୍ଚ ପକ୍ଷରୁ ବାରିପଦା ଶ୍ରୀମା ମହିଳା ମହାବିଦ୍ୟାଳୟ ଠାରେ ଆୟୋଜିତ ପଞ୍ଚମ ଶ୍ରାଧ ବାର୍ଷିକୀ ପାଳନ ସମାରୋହରେ ଯୋଗଦେଇ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି | ମଞ୍ଚର ସଭାପତି ଶରତ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବରେ ବର୍ଷୀୟାନ ସାମ୍ବାଦିକ, ଗବେଷକ ଡ଼  ବିଜୟ କୁମାର ଅଗ୍ରୱାଲା, ସମ୍ମାନିତ ଅତିଥି ଭାବରେ ଶ୍ରୀମା ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ନଟବର ଗିରି, ବରିଷ୍ଠ ଆଇନଜୀବୀ କୃଷ୍ଣ ଚନ୍ଦ୍ର ଦାସ, ନରେନ୍ଦ୍ର ମୋହନ ସେନାପତି ପ୍ରମୁଖ ଯୋଗଦେଇଥିବା ବେଳେ, ଇଂ ମନୋଜ ଦଳ ବେହେରା, ଇନ୍ଦୁମତି ମହାନ୍ତି, ଜ୍ୟୋତ୍ସ୍ନା ରାଣୀ ଜେନା, ଗୋଲୋକ ମହାନ୍ତି, ଉଦୟ ନାଥ ଜେନା, ସରୋଜ କୁମାର ବୋଷ, ରାଜଲକ୍ଷ୍ମୀ ତ୍ରିପାଠୀ, ସସ୍ମିତା ମହାନ୍ତି, ରିତାଞ୍ଜଳି ବେହେରା, ବିଷ୍ଣୁ ପ୍ରିୟା ଦାସ, ସଂଜୀବ ସାହୁ, ପ୍ରଦୀପ କୁମାର ପଲେଇ, ରମାକାନ୍ତ ରାଉତ, ଦିଲ୍ଲୀପ ପାତ୍ର, ଅରୁଣ କୁମାର ବେହେରା ଦିଲ୍ଲୀପ କୁମାର ଚୌଧୁରୀ, ଦୀପ୍ତି ପାଣିଗ୍ରାହୀ ପ୍ରମୁଖ ସ୍ୱର୍ଗତଃ ମଝିଙ୍କର ସ୍ମୃତି ଚାରଣ କରିଥିଲି |