Ctc Doctoe 2

ୱାୟନାଡ଼ ଭୂସ୍ଖଳନ: ଓଡ଼ିଆ ଡାକ୍ତର ବିଷ୍ଣୁପ୍ରସାଦ ଚିନ୍ନାରାଙ୍କ ମୃତ୍ୟୁ, ଏବେ ବି ଆଉ ଜଣେ ନିଖୋଜ

State

ଭୁବନେଶ୍ୱର : ୱାୟନାଡ଼ ଭୂସ୍ଖଳନରେ ଜଣେ ଓଡ଼ିଆ ଡାକ୍ତର ମୃତ । ଚୌଦ୍ବାରର ଡାକ୍ତର ବିଷ୍ଣୁ ପ୍ରସାଦ ଚିନାରାଙ୍କ ମୃତଦେହ ଉଦ୍ଧାର । ଏବେ ବି ନିଖୋଜ ଅଛନ୍ତି ଡାକ୍ତର ସ୍ୱାଧୀନ ପଣ୍ଡା । ଡାକ୍ତର ବିଷ୍ଣୁପ୍ରସାଦଙ୍କ ପତ୍ନୀ ପ୍ରିୟଦର୍ଶିନୀ ପାଲ ଓ ବାନ୍ଧବୀ ସ୍ଵୀକୃତି ମହାପାତ୍ରଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

୨୬ ତାରିଖରେ ଉଭୟ ପରିବାର ବେଙ୍ଗାଳୁରୁ ବୁଲିବାକୁ ଯାଇଥିଲେ । ସେଠାରୁ ୱାୟନାଡ଼ ଯାଇ ଲିନରାଭିଲ୍ଲାେ ରହିଥିଲେ। ଏହି ଘଟଣାରେ କେରଳ ସରକାରଙ୍କ ସହ ଯୋଗାଯୋଗରେ କରାଯାଉଛି। କେରଳ ଯାଇଛି ଓଡିଶା ଅଧିକାରୀଙ୍କ ଏକ ଟିମ । ଓଡ଼ିଶା ପରିବାର ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟଙ୍କ ନେତୃତ୍ୱରେ ଟିମ ଯାଇଛି । ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ଗତକାଲି ଭୋରୁ ଓ୍ୱାୟନାଡର ମୋପ୍ପାଡି, ମୁବାଡକାଇ ଏବଂ ଚୁରାଲ ମାଲା ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ହୋଇଥିଲା। ରାତି ଗୋଟାଏରେ ମୁବାଡକାଇରେ ପ୍ରଥମେ ଭୂସ୍ଖଳନ ହୋଇଥିଲା। ଏହାପରେ ଭୋର ସମୟରେ ଜିଲ୍ଲାରେ ଆଉ ଦୁଇଟି ଭୂସ୍ଖଳନ ହୋଇଥିଲା। ଫଳରେ ଘର-ଦ୍ୱାର ଭାସିଯିବା ସହ ଅନେକ ରାସ୍ତା ଧୋଇ ହୋଇଯାଇଛି। ବିଭିନ୍ନ ସ୍ଥାନରେ ପୋଲ ମଧ୍ୟ ଭୁଶୁଡି ଯିବାରୁ ପାଞ୍ଚ ଅଞ୍ଚଳ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି।