Onn 3

ମୟୁରଭଞ୍ଜ ଜିଲ୍ଲାପାଳ ଏବଂ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

State

ନିଷ୍ଠା ଏବଂ ତତ୍ପରତା ସହିତ କାର୍ଯ୍ୟ କରିବାକୁ ଯୁବ ଅଧିକାରୀ ମାନଙ୍କୁ ଉପଦେଶ ଦେଲେ ମୟୁରଭଞ୍ଜ ଜିଲ୍ଲାପାଳ

ବାରିପଦା:  ଆଜି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲାପାଳ ତଥା ଦଣ୍ଡାଧିକାରୀ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାପାଳ ଶ୍ରୀ ବିନୀତ ଭରଦ୍ୱାଜ ଏବଂ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ସଦ୍ଭାବନା କକ୍ଷ ଠାରେ ଆୟୋଜିତ ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ନେତ୍ରାନନ୍ଦ ମଲ୍ଲିକ , ଅଧ୍ୟକ୍ଷତା କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ବେହେରା ସ୍ୱାଗତ ଭାଷଣ ଦେଇଥିଲେ। ଏହି ସଭାରେ ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜଙ୍କୁ ଏବଂ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ଅଗ୍ରୱାଲଙ୍କୁ ଉପଢୌକନ ଦେଇ ସ୍ୱାଗତ କରିବା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ବିଭାଗୀୟ ଅଧିକାରୀ ମାନେ ବିଦାୟୀ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ସମ୍ୟକ ବକ୍ତବ୍ୟ ରଖିଥିଲେ। ଶ୍ରୀ ଭରଦ୍ୱାଜଙ୍କୁ ଜଣେ ହୃଦୟସ୍ପର୍ଶୀ ବ୍ୟକ୍ତି ବୋଲି କହିଥିବା ବେଳେ ଶ୍ରୀ ଅଗ୍ରୱାଲଙ୍କୁ ଜଣେ ମିଷ୍ଟଭାଷୀ ଅଧିକାରୀ ବୋଲି କହିଥିଲେ। ସମସ୍ତ ଅଧିକାରୀ ଏବଂ କର୍ମଚାରୀମାନେ ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜଙ୍କ ସହିତ କାର୍ଯ୍ୟକାରୀ ଅନେକ କିଛି ଶିଖିବାକୁ ମିଳିଛି ବୋଲି କହିଥିଲେ। ସର୍ବଶେଷରେ ନିଜ ବକ୍ତବ୍ୟରେ ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ ସମସ୍ତ ଅଧିକାରୀଙ୍କୁ ଧନ୍ୟବାଦ ଦେବା ସହିତ ବିଗତ ୫ ବର୍ଷ ଧରି ଜିଲ୍ଲାରେ ହୋଇଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସଫଳତା ଏବଂ ତ୍ୱରାନ୍ୱିତ ପ୍ରଣାଳୀକୁ କାର୍ଯ୍ୟକାରୀ କରିଥିବା କହିଥିଲେ। ମୟୁରଭଞ୍ଜ ଜିଲ୍ଲାଜନମାନସରେ ଆଦୃତ ହୋଇଥିବା ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ ରାଜ୍ୟ ସରକାରଙ୍କର ନୂଆ-ଓ, ଏବଂ ସମସ୍ତ ୫ଟି ପ୍ରକଳ୍ପକୁ ସଫଳତାର ସହିତ ରୂପାୟନ କରିଥିବା ଉଲ୍ଲେଖନୀୟ। ପାଖାପାଖି ୫ ବର୍ଷରୁ ଅଧିକ ସମୟ ଜିଲ୍ଲା ଦାୟିତ୍ୱରେ ରହିଥିବା ଶ୍ରୀ ଭରଦ୍ୱାଜ ନିଜ ବିଦାୟକାଳୀନ ସଭାରେ ସମସ୍ତ ନବ ନିଯୁକ୍ତ ଯୁବ ଅଧିକାରୀ ମାନଙ୍କୁ ନିଷ୍ଠା ଏବଂ ତତ୍ପରତା ସହିତ ପରିଚାଳନା କରିବା ପାଇଁ ଉପଦେଶ ଦେବା ସହିତ ଏହି ୫ ବର୍ଷରେ ଜିଲ୍ଲା ସହିତ ଏବଂ କର୍ମଚାରୀ ମାନଙ୍କ ସହିତ ଥିବା ଆନ୍ତରିକତା କଥା କହି ଭାବବିହ୍ୱଳ ହୋଇ ପଡ଼ିଥିଲେ।

ସେହିପରି, ଶ୍ରୀ ଅଗ୍ରୱାଲ ଏହି ଜିଲ୍ଲାରେ କାମ କରିଥିବା ବେଳେ ଅନେକ ଶିକ୍ଷଣୀୟ ଅନୁଭବ ପ୍ରାପ୍ତ କରିଛନ୍ତି ବୋଲି କହି ଥିଲେ। ଏହି ସଭାର ଅଧ୍ୟକ୍ଷ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ମଲ୍ଲିକ ଏହି ସଭାରେ ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜଙ୍କ କର୍ତବ୍ୟକୁ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ କବିତା ଦ୍ୱାରା ପ୍ରତିଫଳନ କରାଇଥିଲେ। ଏହା ପରେ ପରେ ଅନ୍ୟଏକ ସାଧାରଣ ସଭା, ସ୍ଥାନୀୟ ପ୍ରୟାସ ହଲ ଠାରେ ଆୟୋଜିତ ହୋଇଥିଲା ଯେଉଁଥିରେ ମୟୁରଭଞ୍ଜ ଆରକ୍ଷୀ ଅଧିକ୍ଷିକା ଶ୍ରୀମତୀ ଏସ. ସୁଶ୍ରୀ ଜିଲ୍ଲାପାଳଙ୍କୁ ଏବଂ ଶ୍ରୀ ଅଗ୍ରୱାଲଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେଇ ଶ୍ରୀ ଭରଦ୍ୱାଜଙ୍କୁ ପ୍ରଶାସହାଇକ ସେବାର ଭୀଷ୍ମ ପିତାମହ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ,ଶିକ୍ଷାନବୀଶ, ଶ୍ରୀ ଅକ୍ଷୟ ପିଲ୍ଲାଇ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ, ଶ୍ରୀ ରଜନୀକାନ୍ତ ସ୍ୱାଇଁ ଙ୍କ ସମେତ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ବେହେରା , ଅତିରିକ୍ତ ଜିଲ୍ଲାପାଳ ରାଇରଙ୍ଗପୁର, ଶ୍ରୀ ଦୌଲତ ଚନ୍ଦ୍ରକାର , ବାରିପଦା ଉପଜିଲ୍ଲାପାଳ ଶ୍ରୀ ଈଶ୍ବର ଚନ୍ଦ୍ର ନାୟକ, ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ବ୍ୟକ୍ତିଗତ ସଚ୍ଚିବ, ଶ୍ରୀ ରଶ୍ମି ରଞ୍ଜନ ସାହୁ, ଅତିରିକ୍ତ ଉନ୍ନୟନ ଅଧିକାରୀ, ଜ଼ିଲ୍ଲା ପରିଷଦ ଶ୍ରୀ ଦେବାଶିଷ ମହାପାତ୍ର, ବାରିପଦା ଡେପୁଟି କଲେକ୍ଟର (ଇଲେକ୍ସନ), ଶ୍ରୀ ଦୁର୍ଗା ଚରଣ ମୁର୍ମୁ, ଡେପୁଟି କଲେକ୍ଟର, ଶ୍ରୀ ଶୁଭରଂଞ୍ଜନ ନାୟକ ,ଡେପୁଟି କଲେକ୍ଟର, ଶ୍ରୀ ବିଶ୍ୱଜିତ ପଣ୍ଡା , ଡେପୁଟି କଲେକ୍ଟର, ଶୁଭଙ୍କରୀ ସୁଦେସ୍ନା ଦାଶ, ଡେପୁଟି କଲେକ୍ଟର, ସୁଶ୍ରୀ ଶ୍ରଦ୍ଧା ସୁମନ, ବାରିପଦା ଡେପୁଟି କଲେକ୍ଟର, ଶ୍ରୀ ଅନିଲ କୁମାର ମହାନ୍ତି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣି ବାରିପଦା ସହକାରୀ ଜିଲ୍ଲାପାଳ, ଶ୍ରୀ ନିହାର ରଞ୍ଜନ ଦାସ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ମମତାମୟୀ ବିଶ୍ୱାଳ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣଚନ୍ଦ୍ର ସେଠି, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଅନନ୍ତ ସେଠି, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଅବନୀ ମୋହନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ ରାଇରଙ୍ଗପୁର, ଶ୍ରୀ ଦୌଲତ ଚନ୍ଦ୍ରକାର ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରକାଶ ଥାଉକି, ମୟୁରଭଞ୍ଜ ଜିଲ୍ଲାପାଳ ଭାବେ ଶ୍ରୀ ଆଶିଷ ଠାକରେ ଖୁବ ଶୀଘ୍ର ଦାୟିତ୍ୱ ଗ୍ରହଣ କରିବେ ଏଠି ସହିତ ଶ୍ରୀ ଭରଦ୍ୱାଜ କଟକ ଜିଲ୍ଲାପାଳ ଭାବେ ଏବଂ ଶ୍ରୀ ଅଗ୍ରୱାଲ ସମ୍ବଲପୁର ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିବେ।