Onn 3

ଇଉଫୋରିଆ-୨୪ ଉଦଘାଟିତ, ଚଳିତ ବର୍ଷ ରୌପ୍ୟ ଜୟନ୍ତୀ ପାଳନ

State

ବାରିପଦା: ଯୁବ ପ୍ରତିଭା ମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ କଳା କୁ ଲୋକଲୋଚନକୁ ଆଣିବାରେ ଦି ଇଉଫୋରିଆ ଅନୁଷ୍ଠାନ ୨୫ ବର୍ଷ ଧରି ତାର ପ୍ରଚେଷ୍ଟାରେ ଲାଗି ରହିଛି।ରାଜ୍ୟସ୍ଥରୀୟ ଆନ୍ତମହାବିଦ୍ୟାଳୟ ସାଂସ୍କୃତିକ ମହୋତ୍ସବ ଉଫୋରିଆ-୨୦୨୪ ଆଜି ସ୍ଥାନୀୟ ଶହୀଦ ସ୍ମୃତି ଭବନରେ ଅଧ୍ୟକ୍ଷ ଅସିତ କୁମାର ଗିରି ଙ୍କ ପୌରହିତ୍ୟି ରେ ଉଦଘାଟିତ ହୋଇଛି।ଏହି ମହୋତ୍ସବ ୨୫ ବର୍ଷ ରେ ପଦାର୍ପଣ କରୁଥିବାରୁ ଚଳିତବର୍ଷ ରୌପ୍ୟ ଜୟନ୍ତୀ ପାଳନ କରିବା ସହ ତାର ଉଦଘାଟନୀ ଉତ୍ସବରେ ବାରିପଦା ପୌରପରିଷଦ ର ପୌରପାଳ କୃଷ୍ଣନନ୍ଦ ମହାନ୍ତି ଙ୍କ ଦ୍ଵାରା ଉଦଘାଟିତ ହେବା ସହ ଅନୁଷ୍ଠାନର ବରିଷ୍ଠ ଉପଦେଷ୍ଟା ବିଭୁ ପ୍ରସାଦ ଦାସ, ଶାନ୍ତନୁ କୁମାର ସିଂହ, ରଣଜିତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟ ର ୩୨ ଗୋଟି ଶିକ୍ଷାନୁଷ୍ଠାନ ମାନଙ୍କରୁ ୩୮୫ ଜଣ ପ୍ରତିଯୋଗୀ ଯୋଗ ଦେଇଥିବା ସମ୍ପାଦକ ସତ୍ୟ ସ୍ବରୂପ ଦାଶ ପ୍ରକାଶ କରିଛନ୍ତି।

ସ୍ଥାନୀୟ ସହୀଦ ସ୍ମୃତି ଭବନରେ ୪ ଦିନ ଧରି ଏହି ମହୋତ୍ସବ ର ପ୍ରତିଯୋଗିତା ମାନ ଅନୁଷ୍ଠିତ ହେବା ସହ ଏହାର ଉଦଯାପନୀ ଉତ୍ସବ ଛଉ ପଡିଆ ରେ ଅନୁଷ୍ଠିତ ହେବ।୩୧ ତାରିଖ ସନ୍ଧ୍ୟା ରେ ହେବାକୁ ଉଦଯାପନୀ ଉତ୍ସବ ରେ ଇଣ୍ଡିଆନ ଆଇଡ଼ଲ ଓ ସା ରେ ଗା ମା ପା ର ସୁପ୍ରସିଦ୍ଧ କଳାକାରମାନେ ଯୋଗ ଦେବା ସହ ବିଭିନ୍ନ ନୃତ୍ୟ ଅନୁଷ୍ଠାନ ତରଫରୁ ବିଭିନ୍ନ ରଙ୍ଗାରଙ୍ଗ କର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବ। ଏହି ମହୋତ୍ସବ ରେ ୧୮ଟି ଏକକ ଓ ୭ ଟି ଦଳଗତ ପ୍ରତିଯୋଗିତା ହେବା ସହ ମିଷ୍ଟର ଓ ମିସ ଉଫୋରିଆ ପ୍ରତିଯୋଗିତା ହେବା ର ସ୍ଥିର ହୋଇଛି ବୋଲି ସାଂସ୍କୃତିକ ସମ୍ପାଦକ ରାକେଶ କୁମାର ବେହେରା ଜଣାଇଛନ୍ତି।ଶେଷରେ ଉପସଭାପତି ଅଂକୁର ଖୁରାନା ଧନ୍ୟବାଦ ଅର୍ପଣ କରିଥିଲେ।