Onn 3

ଜଗତଗୁରୁ ଶ୍ରୀ ଶ୍ରୀ ଶ୍ରୀ ଠାକୁର ଅଭିରାମ ପରମହଂସଙ୍କ ପୂଜାର୍ଚ୍ଚନା ଓ ସତସଙ୍ଗ

State

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ମହୁଲଡିହା ଗ୍ରାମର ସାଧକ ଭାଇ ଅନନ୍ତ ଦତ୍ତଙ୍କ ବାସ ଭବନ ପରିସରରେ ଜଗତ ଗୁରୁ ଶ୍ରୀ ଶ୍ରୀ ଶ୍ରୀ ଠାକୁର ଅଭିରାମ ପରମହଂସଙ୍କ ପୂଜାର୍ଚ୍ଚନା , ସତସଙ୍ଗ,ଭଜନ କାର୍ଯ୍ୟକ୍ରମ ମହାସମାରୋହରେ ଶ୍ରଦ୍ଧାଳୁମାନଙ୍କ ଦ୍ବାରା ଅନୁଷ୍ଠିତ ହୋଇଯାଇଛି ।ସନ୍ଥ ଅଭିରାମ ପରମହଂସ ଜଣେ ଆଗଧାଡିର ଜଣାଶୁଣା ଆଧ୍ୟାତ୍ମିକ ପୁରୁଷ , ସମାଜ ସଂସ୍କାରକ, ସ୍ବାଧୀନତା ସଂଗ୍ରାମୀ,ସାହିତ୍ୟ ଅନୁରାଗୀ,ଭଗବତ ଗୀତା ପ୍ରବଚକ ସମାଜରେ ଶାନ୍ତି , ମୈତ୍ରୀ, ପ୍ରେମ,ଭାତୃତ୍ବ ପରିବେଶ ସୃଷ୍ଟି କରିବାରେ ତାଙ୍କର ଅବଦାନ ଅନନ୍ୟ । ଓଡ଼ିଶା ସମେତ ଦେଶର ବିଭିନ୍ନ ପ୍ରାନ୍ତରରେ ତାଙ୍କର ଅନେକ ଶିଷ୍ଯ ଅଛନ୍ତି । ଯେଉଁମାନେ ତାଙ୍କ ଆଦର୍ଶ, ଗୁରୁଭକ୍ତି, ପ୍ରେରଣାରେ ତାଙ୍କର ବାଣୀ, ଉପଦେଶ ପ୍ରଚାର ଓ ପ୍ରସାର କରୁଛନ୍ତି । ମହୁଲଡିହାରେ ସେହି ମହାନ ସନ୍ଥଙ୍କ ପୂଜାର୍ଚ୍ଚନା ତାଙ୍କର ଶିଷ୍ୟ ଓ ଶ୍ରଦ୍ଧାଳୁମାନଙ୍କ ଦ୍ଵାରା ପୂଜାର୍ଚ୍ଚନା,ଭଜନ ଓ ସଂକୀର୍ତ୍ତନ କରାଯାଇଛି । ମୟୂରଭଞ୍ଜ ଜିଲ୍ଲାର ଚିତ୍ରଡା ଅଂଚଳର ଧନଶଳା ଆଶ୍ରମର ବାବା ଗୌରହରି ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗଦେଇ ଗୁରୁ ପରମହଂସଙ୍କ ଜୀବନ ଚର୍ଯା, ତାଙ୍କ ବାଣୀ ଏବଂ ଭଗବତ ଗୀତା ଉପରେ ଆଲୋକପାତ କରିଥିଲେ ।

ଯେତେ ବଳଶାଳୀ, ଧନଶାଳୀ, କ୍ଷମତାଶାଳୀ ହୋଇଥିଲେ ମଧ୍ୟ ଯାହା ପାଖରେ ଆଧ୍ୟାତ୍ମିକତା ମନୋଭାବ ନାହିଁ ସେ ଜୀବନ ତୁଛ । ମଣିଷ କୁ ଆଧ୍ୟାତ୍ମିକତାହିଁ ପ୍ରାରମ୍ଭରେ କର୍ମରୁ ରକ୍ଷା କରି ଭଗବତ ଦିଶା ଆଡ଼କୁ ଆକର୍ଷଣ କରିବା ସହ ସୁରକ୍ଷା ଦେଇଥାଏ । ସମସ୍ତେ ଭଗବତ ବିଶ୍ବାସୀ ହେବା ସହ ଯେ କୌଣସି ନିଜ ମନର ଭଲ ପାଉଥିବା ଗୁରୁଙ୍କ ଶରଣାଗତ ହୋଇ ପ୍ରତ୍ଯେକ ଦିନ ଭଗବତ ଗୀତାକୁ ଅଳ୍ପ ବହୁତ ପାଠ କରିବା ପାଇଁ ପ୍ରେରଣା ଦେଇଥିଲେ ।ପରେ ପୂଜାର୍ଚ୍ଚନା,ଆରତୀ ଓ ଭଜନ କୀର୍ତ୍ତନ ଅନୁଷ୍ଠିତ ହୋଇଥିଲା । ସମସ୍ତଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା । ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ସନ୍ଥ ଅଭିରାମ ପରମହଂସଙ୍କ ଶିଷ୍ଯ ଓ ଶିଷ୍ଯା ଯୋଗ ଦେଇ ଠାକୁରଙ୍କୁ ପୂଜାର୍ଚ୍ଚନା ସହ ଆଶିର୍ବାଦ ନେଇଥିଲେ । ସମଗ୍ର ଅଂଚଳ ଏକ ଭକ୍ତିମୟ ପରିବେଶ ହୋଇ ଉଠିଥିଲା ।