Onn 3

ସୁବର୍ଣ୍ଣପୁରରେ ୫ଟି ସଚିବଙ୍କୁ ବିରୋଧ

State

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଆଜି ୫ଟି ସଚିବଙ୍କ ଗସ୍ତକୁ ବିରୋଧ । ଏହି ଗସ୍ତକୁ ବିରୋଧ କରି ଧାରଣା ସହ ସଚିବଙ୍କ ଗାଡିକୁ ଅଣ୍ଡାମାଡ କଲେ ଲାେକେ । ୫ଟି ସଚିବଙ୍କର ସୁବର୍ଣ୍ଣପୁର ଜିଲ୍ଲା ଗସ୍ତକୁ ବିଜେପି ସହ ବିରୋଧ କରିଛି ଆମ ଆଦମୀ ପାର୍ଟି ।

୫ଟି ସଚିବ ଭିକେ ପାଣ୍ଡିଆନ ଏବେ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଅଛନ୍ତି  । ଉଲୁଣ୍ଡା, ବିନିକା, ଡୁଙ୍ଗୁରିପାଲି ଏବଂ ସୋନପୁର ବ୍ଲକର ବିଭିନ୍ନ ସ୍ଥାନକୁ ଗସ୍ତ କରିବେ l  ଏହି କ୍ରମରେ ଆଜି ସେ ପ୍ରଥମେ ଉଲୁଣ୍ଡା ବ୍ଲକ କୋଟସମଲେଇ ସ୍ଥିତ ପାତାଳି ଶ୍ରୀକ୍ଷେତ୍ରରେ ପହଞ୍ଚିଥିଲେ ।  ସେଠାରୁ ଉଲୁଣ୍ଡା ଯିବାବେଳେ ତାଙ୍କ ଗାଡିକୁ ଆଣ୍ଡାମାଡ ହୋଇଥିଲା  ।

୫ଟି ସଚିବଙ୍କ ଗସ୍ତକୁ ବିରୋଧ କରି ଗାଡିକୁ ଆଣ୍ଡାମାଡ କରିଛନ୍ତି  ଆମ ଆଦମୀ ପାର୍ଟିର କର୍ମକର୍ତା l  ପାଣ୍ଡିଆନଙ୍କ କାରକେଡ଼କୁ ଅଣ୍ଡାମାଡ ସହ କଳାପତାକା ପ୍ରଦର୍ଶନ  କରିଛନ୍ତି କର୍ମକର୍ତ୍ତାମାନେ।

ଅନ୍ୟ ପଟରେ ଜିଲ୍ଲା ବିଜେପି ଦଳ ପକ୍ଷରୁ ପାଣ୍ଡିଆନଙ୍କ ଗସ୍ତକୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ କର୍ମୀ । ଏଥି ସହିତ  ପାଣ୍ଡିଆନଙ୍କ ବିରୋଧରେ ସ୍ଲୋଗାନ  ଦେଇଥିଲେ ।