Agar

ଭାରିଯାନ ଚଳାଚଳ ବନ୍ଦ ଦାବି ନେଇ ଥାନାରେ ଅଭିଯୋଗ

State

ଆଗରପଡ଼ା :ଭାରଯାନ ଚଳାଚଳ ବନ୍ଦ ଦାବି ନେଇ ଆଗରପଡ଼ା ଅଚଂଳବାସୀଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି । ଆଗରପଡ଼ା ବଜାର ଜିଲ୍ଲାର ଏକ ବ୍ୟସ୍ତ ବହୁଳ ବଜାର ହୋଇଥିବା ବେଳେ ଏହା ଉପରେ ୩ଗୋଟି ଜିଲ୍ଲା ଭଦ୍ରକ, କେନ୍ଦୁଝର ଓ ବାଲେଶ୍ୱରର ଅଧିବାସୀ ନିର୍ଭର କରିଥାନ୍ତି । ଏହିପରି ସ୍ଥଳେ ଉକ୍ତ ବଜାର ଅଂଚଳ ଦେଇ ଦୈନଦିନ ଶହଶହ ଭାରିଯାନ ଚଳାଚଳ କରୁଛି । ବେପରୁଆ ଭାବେ ଭାରିଯାନ ଚଳାଚଳ ଯୋଗୁ ବହୁ ସମୟରେ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି । ବିଭିନ୍ନ ସସମ୍ୟାକୁ ଆଖି ଆଗରେ ରଖି ସକାଳ ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ବଜାର ମଧ୍ୟ ଦେଇ ଭାରିଯାନ ଚଳାଚଳ ବନ୍ଦ ରଖିବାକୁ ଉକ୍ତ ଅଂଚଳର ତୃପ୍ତିରଂଜନ ଦାସ, ଦିବ୍ୟଆକାଶ ପୁହାଣ, ପୀତାମ୍ବର ସାହୁ, ଗୋପାଳ ଭୋଳ, କାହ୍ନୁଚରଣ ପାଲ, ମନୋଜ ପଣ୍ଡା, ସନାତନ ସାହୁ, ମହେନ୍ଦ୍ର ନାୟକ, ମନୋରଂଜନ ଗୁଇଁ, ଗଜେନ୍ଦ୍ର ରାଉତ ,ଜୟଦେବ ପୁହାଣ, ଉଲ୍ଲାସ ବାରିକଙ୍କ ସମେତ ବହୁ ଅଂଚଳବାସୀ ଲିଖିତ ଭାବେ ଆଗରପଡ଼ାରେ ଅଭିଯୋଗ କରିଥିବା ଜଣାପଡ଼ିଛି । ଅଭିଯୋଗ ଉପରେ କୌଣସି ବିହିତ ପଦକ୍ଷେପ ନିଆନଗଲେ ଆଗାମୀ ଦିନରେ ଏହା ଏକ ଜନଆନ୍ଦୋଳନର ରୂପ ନେବ ବୋଲି ସୂଚନା ମଧ୍ୟ ଦେଇଥିବା ଜଣାପଡ଼ିଛି ।