Nir

ନିରଞ୍ଜନଙ୍କ ପ୍ରଚାର ଜୋରଦାର, ଘରକୁ ଘର ବୁଲି ଭୋଟ ଭିକ୍ଷା

Politics State

ଆଗରପଡ଼ା :ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ନିର୍ବାଚନ ମଣଳୀ ଅନ୍ତର୍ଗତ ଆଗରପଡ଼ା୧୪ନଂ ଜିଲ୍ଲା ପରିଷଦ ଜୋନରେ ଥିବା ୯ଗୋଟି ପଂଚାୟତ ମଧ୍ୟରୁ ଗୁରୁବାର କଂଗ୍ରେସ ବିଧାୟକ ପ୍ରାର୍ଥୀ ନିରଜଂନ ପଟ୍ଟନାୟକ ବଡ଼ମହିଁଷଗୋଠ,ମହାନ୍ତିପଡ଼ା ଓ ରାମଚନ୍ଦ୍ରପୁର ପଂଚାୟତର ବିଭିନ୍ନ ଗାଁର ଘରକୁ ଘର ବୁଲି ଲୋକଙ୍କୁ ଭେଟି ଭୋଟ ଭିକ୍ଷା ଓ ଆଶୀର୍ବାଦ କାମନା କରିଥିଲେ । ଉକ୍ତ ଗ୍ରାମର ବିଭିନ୍ନ ୱାର୍ଡ଼ରେ ତାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଉଥିବାର ପରିଲକ୍ଷିତ ହେଉଥିଲା । ଏଥିରେ ପ୍ରାକ୍ତନ ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସ, ବ୍ଳକ ସଭାପତି ରାଜକିଶୋର ସ୍ୱାଇଁ,ବରିଷ୍ଠ ନେତା ତଥା ପୂର୍ବତନ ସରପଂଚ ସୁରେନ୍ଦ୍ର ଜେନା, ରବିନାରାୟଣ ମହାନ୍ତି, କଳ୍ପତରୁ ସାହୁ,ରମେଶ ସାହୁ,କ୍ରୀଷ୍ଣା ମହାନ୍ତି, ବରିଷ୍ଠ ନେତା ପିନାକୀ ବିଶ୍ୱାସ, ଜିତେନ୍ଦ୍ର ସାହୁ ପ୍ରମୁଖଙ୍କ ସମେତ ଶତାଧିକ ଦଳୀୟ କର୍ମୀ ସାମିଲ ହୋଇଥିଲେ ।