ବାରିପଦା: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ। ବାରିପଦା ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ବନେଶ୍ୱର ନାୟକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଚାଲିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯାଞ୍ଚ କରୁଛି ଭିଜିଲାନ୍ସ ଟିମ୍ । ଏକ କାଳୀନ ୫ଟି ସ୍ଥାନରେ ରେଡ୍ କରାଯାଉଛି । ତେବେ ଚଢାଉ ହେଉଥିବା ସ୍ଥାନ ମାନଙ୍କ ମଧ୍ୟରେ ରହିଛି ତାଙ୍କ ବାସଭବନ, ଅଫିସ ଓ ସମ୍ପର୍କୀୟଙ୍କ ଘର ।