Onn 3

ଲକ୍ଷାଧିକ ଟଙ୍କାର ଜିଏସ୍‌ଟି ଫାଙ୍କିବା ଅଭିଯୋଗ: ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ଟିମ୍‌ର ଚଢଉ

State

Rgda-GST-chadhau-3-750x430

ରାୟଗଡ଼ା: ଜିଲ୍ଲାରେ ବେପାର କରୁଥିବା ବଡ ବଜ ଦୋକାନୀ ଦିନ ଦ୍ବିପହରରେ ଜିଏସଟି ଟ୍ୟାକ୍ସ ନପୈଠ କରି ସରକାରଙ୍କୁ ଫାଙ୍କି ଚାଲିଛନ୍ତି। ଏନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିଲା। ବ୍ରହ୍ମପୁର ଜିଏସଟି କାର୍ଯ୍ୟାଳୟର ନିର୍ଦେଶ ପରେ ଆଜି ଜିଏସଟି ଏନଫୋର୍ସମେଣ୍ଟର ଡେପୁଟି କମିସନର ତୁଫାନ ବେମାଲଙ୍କ ନେତୃତ୍ବରେ ଏକ ୬ ଜଣିଆ ଟିମ ସ୍ଥାନୀୟ ଶିବାନୀ ଏଜେନ୍ସ ଉପରେ ଚଢଉ କରିଛି।
ଆଜି ସକାଳେ ହଠାତ୍ ଶିବାନୀ ଏଜେନ୍ସି ଦୋକାନ ଖୋଲିବା ମାତ୍ରେ ଜିଏସଟିର ଏହି ଟିମ ଚଢଉ କରିଥିଲା। ପୁଲିସ ଦୋକାନକୁ ଚାରିପଟେ ସୁରକ୍ଷା ଦେବା ସହ ଦୋକାନ ଭିତରକୁ କାହାରିକୁ ଭର୍ତ୍ତି କରିନଥିଲା। ଦୀର୍ଘ ସମୟ ଧରି ଜିଏସଟି ଏନଫୋର୍ସମେଣ୍ଟର ଏହି ଟିମ ଯାଞ୍ଚ ଜାରି ରଖିଥିଲା। ଶିବାନୀ ଏଜେନ୍ସି ନିଜ ଦୋକାନରେ ଲୁହା ରଡ, ସିମେଣ୍ଟ, ଟିଣ ସମେତ ସମସ୍ତ ଘରୋଇ କରଣ ଜିନିଷ ବିକ୍ରି କରୁଛନ୍ତି। ତେବେ ସେ ସରକାରଙ୍କ ଜିଏସଟି ଫାଙ୍କୁଥିବା ନେଇ ଅଭିଯୋଗ ହୋଇଥିଲା। ଦୀର୍ଘ ବର୍ଷ ଧରି ସେ ଲକ୍ଷାଧିକ ଟଂକା ଟ୍ୟାକ୍ସ ଫାଙ୍କୁଥିବା ଅଭିଯୋଗ ହୋଇଥିଲା। ସରକାରଙ୍କୁ ଟ୍ୟାକ୍ସ ପୈଠ ନକରି ଗ୍ରାହକଙ୍କ ଠାରୁ କିନ୍ତୁ ଜିଏସଟି ବାବଦକୁ ଟଂକା ଆଦାୟ କରାଯାଉଥିଲା ବୋଲି ଅଭିଯୋଗ କରାଯାଇଥିଲା।
ତେବେ ଏହି ଟିମ ଚଢାଉ ବେଳେ ସମସ୍ତ କାଗଜପତ୍ର ଜବତ କରି ନେଇଛି। ଏଥିସହ ତନ୍ନ ତନ୍ନ କରି ସମସ୍ତ ଜିନିଷର ତଦନ୍ତ କରିଥିଲେ।କେତେ ଟଂକାର ଜିନିଷ କିଣା ହୋଇଛି ଏବଂ ଏହାର କେତେ ଜିଏସଟି ପୈଠ କରିଛନ୍ତି।ଏଥିସହ ଗ୍ରାହକଙ୍କ ଠାରୁ କେତେ ଜିଏସଟି ଆଦାୟ କରାଯାଇଛି ଏବଂ ସରକାରଙ୍କୁ କେତେ ଜିଏସଟି ପୈଠ କରିଛନ୍ତି। ସେସବୁର ଟିଖିନିଖି ତଦନ୍ତ କରାଯାଉଥିବା ଦେଖିବାକୁ ମିଳିଥିଲା। ଏନେଇ ଡିଏସଟି ଏନଫୋର୍ସମେଣ୍ଟର ଡେପୁଟି କମିସନର ଶ୍ରୀ ବେମାଲଙ୍କୁ ପଚାରିବାରୁ ସେ ଅଭିଯୋଗ କ୍ରମେ ଚଢାଉ କରାଯାଇଥିଲା। ଶିବାନୀ ଏଜେନ୍ସି ପକ୍ଷରୁ ବ୍ୟାପକ ହେରଫେର ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ତଦନ୍ତ ପରେ ଯଦି ଜିଏସଟି ଫଙ୍କା ଯାଇଥାଏ ତେବେ ପେନାଲ୍ଟି ଦେବାକୁ ପଡିବ ବୋଲି ସେ କହିଥିଲେ।
ଜିଲ୍ଲା ସଦର ମହକୁମାର ଏହି ଗୋଟିଏ ଦୋକାନ ନୁହେଁ ବରଂ ବହୁ ଦୋକାନ ଏଭଳି ଜିଏସଟି ଫାଙ୍କୁଥିବା ଜଣାପଡିଛି। କିନ୍ତୁ ଜିଏସଟି ଏନଫର୍ସମେଣ୍ଟ ତରଫରୁ ଚଢଉ କରାଯାଉନଥିବା ସ୍ଥାନୀୟ ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି। ଏହି ଦୋକାନ ଉପରେ ଚଢଉ କରାଯିବା ପରେ ଅନ୍ୟ ଦୋକାନଗୁଡିକ ମଧ୍ୟରେ ଛନକା ପଶିଥିବା ଦେଖିବାକୁ ମିଳିଥିଲା। ଶିବାନୀ ଏଜେନ୍ସି ଲକ୍ଷାଧିକ ଟଂକାର ଜିଏସଟି ଫାଙ୍କୁଥିବା କଥା ଯଦି ସତ ତେବେ ବିଭାଗ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା। କାରଣ ତୋକାନୀ ଏହି ଚଢଉକୁ ଚପାଇ ଦେବାକୁ ସମସ୍ତ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି। ଜିଏସଟି ବିଭାଗର ଅଧିକାରୀଙ୍କୁ ମଧ୍ୟ ଟଂକାରେ କିଣିବାକୁ ଚେଷ୍ଟା କରାଯାଉଥିବା ଅଭିଯୋଗ ହୋଇଛି। ବିଭାଗୀୟ ଅଧିକାରୀ ଯଦି କୌଣସି ଅସାଧୁ ବେପାର କରି ଦୋକାନୀକୁ ସମର୍ଥନ କରନ୍ତି ତେବେ ଆଗାମୀ ଦିନରେ କୌଣସି ଚଢାଉରେ ଦୋକାନୀ ଭୟ କରିବେ ନାହିଁ ବୋଲି କୁହାଯାଇଛି।