Onn 3

ନଦୀରେ ଭାସୁଛି କୁଇଣ୍ଟାଲ କୁଇଣ୍ଟାଲ ମାଛ

State

ପାରାଦୀପ: ନଦୀରେ ଭାସୁଛି କୁଢ କୁଢ ମାଛ । ରୋହି, ଭାକୁର,ବାଳିଆ… । କୁଇଣ୍ଟାଲ କୁଇଣ୍ଟାଲ ମାଛ ଭାସୁଛି । ହେଲେ କେହି ନେଉ ନାହାନ୍ତି । ଏମିତି ବଡ ବଡ ମାଛ ପାରାଦୀପ-ପିପିଏଲ ରାସ୍ତା ନିକଟ ବଟ ନଦୀ ଘେରିରେ ଭାସୁଛି । ନଦୀରେ ଯେମିତି ମାଛ ମଡକ ପଡିଛି ।

ଦୁଇ ଦିନ ହେଲା ଏହି ନଦୀରେ ପଡିଛି ମାଛ ମଡକ । କୁଇଣ୍ଟାଲ କୁଇଣ୍ଟା ମାଛ ମରି ପାଣିରେ ଭାସୁଛନ୍ତି । ସୋମବାର ଅଳ୍ପମାଛ ମରି ଭାସୁଥିଲା । ହେଲେ ମଙ୍ଗଳବାର ୬ରୁ୭ କୁଇଣ୍ଟାଲ ମାଛ ମରି ଭାସୁଥିବା ଦେଖିବାକୁ ମିଳିଥିଲା ।

ଦୁଇ ଦିନ ଧରି ଏତେ ମାଛ ମରୁଥିବାରୁ ସ୍ଥାନୀୟ ଅଞ୍ଚଳ ଦୁର୍ଗନ୍ଧମୟ ହୋଇ ପଡିଛି । କାହିଁକି ଏତେ ସଂଖ୍ୟକ ମାଛ ମରି ଯାଉଛନ୍ତି ତାହା ଜଣାପଡୁନି । ତେ ବେ ଏହି ନଦୀରେ ମାଛ ମଡକ ପଡିବା ନୂଆ ନୁହେଁ । ଗତ ବର୍ଷ ମଧ୍ୟ ଏମିତି ମାଛମଡକ ପଡିଥିଲା । ଏବର୍ଷ ୨ୟ ଥର ପାଇଁ ବଟନଦୀରେ ଏପରି ମାଛ ମଡକ ପଡିଛି । ଶୁଖୁଆଖଳାର କେମିକାଲ ଯୁକ୍ତ ପାଣି, ତାରେଣିଗଡାର ଡ୍ରେନ ପାଣି ଏହି ନଦୀ ଦେଇ ନିଷ୍କାସନ ହୋଇଥାଏ । ଏହି ପାଣିର ପ୍ରଭାବରେ ମାଡ ମଡକ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।