Wer

ବିଜେଡି ସରକାର ଦୁର୍ନିତୀର ପ୍ରତୀକ ରାଜେନ୍ଦ୍ର ଢୋଲକିଆ, ଇସ୍ତଫା ଦାବି କଲା କଂଗ୍ରେସ

Politics State

ଭୁବନେଶ୍ବର: ଦୁର୍ନିତୀ ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଆଜି ନୂଆପଡ଼ା ଜିଲ୍ଲା ବନ୍ଦ ହୋଇଛି । ଓଡ଼ିଶାର ବିଜେଡ଼ି ସରକାରର ମନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଢ଼ୋଲକିଆ ସଂଗୀନ ଦୁର୍ନିତୀ ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଦିଆଯାଇଛି ଏହି ବନ୍ଦ ଡାକରା । ଏହି ବନ୍ଦ ଡାକରା ପଛରେ ଜିଲ୍ଲାବାସୀଙ୍କ ସମର୍ଥନ ରହିଛି ବୋଲି କହିଛି କଂଗ୍ରେସ। ଢ଼ୋଲକିଆ ବିଭିନ୍ନ ପ୍ରକଳ୍ପରେ ଅର୍ଥ ଆତ୍ମସାତରେ ଜଡ଼ିତ । ସିମେଂଟ, ରଡ଼ ଇତ୍ୟାଦି ଚୋରିରେ ତାଙ୍କ କର୍ମୀମାନେ ମଧ୍ୟ ଜଡ଼ିତ । ଏହାକୁ ନେଇ ନୂଆପଡ଼ା ବିଡ଼ିଓ ଥାନରେ ଏତଲା ଦେଇଥିଲେ । ତାଙ୍କ କର୍ମୀମାନଙ୍କୁ ପୋଲିସ ଗିରଫ କରିଥିବାବେଳେ ମନ୍ତ୍ରୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲେ । ଏମ୍‌.ଏଲ.ଏ ଲ୍ୟାଡ଼, ଅନ୍ୱେଷା ଯୋଜନା, ବିଶ୍ୱସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ସରକାରୀ ଚାକିରୀ ବିକ୍ରି କରିବା ଇତ୍ୟାଦି ଅଭିଯୋଗରେ ମଧ୍ୟ ସେ ଜଡ଼ିତ ଥିବା ସାମ୍ବାଦିକ ସମ୍ମିଳନୀରେ କହିଛି କଂଗ୍ରେସ । ଖୋଦ୍  ବିଜେଡ଼ି ଦଳର ଜିଲ୍ଲା ସଭାପତି, ଯୁବ ବିଜେଡ଼ି ସଭାପତିଙ୍କ ସମେତ ଜିଲ୍ଲାର ଅନ୍ୟାନ୍ୟ ନେତାମାନେ ଏହି ଅଭିଯୋଗ ଆଣି ଆଜି ନୂଆପଡ଼ା ବନ୍ଦ ଡାକରା ଦେଇଥିଲେ । ଏହାକୁ ନୂଆପଡ଼ାବାସୀ ସମର୍ଥନ ଦେଖାଇଛନ୍ତି । ଏହାକୁ କଂଗ୍ରେସ ଦଳ ଅତ୍ୟନ୍ତ ଗୁରୁତର ଭାବରେ ବିଚାର କରି ଦୁର୍ନୀତି ଓ ଭ୍ରଷ୍ଟାଚାରରେ ଅଭିଯୁକ୍ତ ଢ଼ୋଲକିଆଙ୍କ ଇସ୍ତଫା ଦାବୀ କରିଛି କଂଗ୍ରେସ ।

ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଶ୍ରୀ ସୁଦର୍ଶନ ଦାସ କହିଛନ୍ତି ମନ୍ତ୍ରୀ ଢ଼ୋଲକିଆ ଯଦି ଇସ୍ତଫା ନଦିଅନ୍ତି ବା ତାଙ୍କୁ ଯଦି ବରଖାସ୍ତ କରାନଯାଏ ତେବେ କଂଗ୍ରେସ ଦଳ ଜିଲ୍ଲାରେ ରାଜରାସ୍ତାକୁ ଓହ୍ଲାଇବ । ମାର୍ଚ୍ଚ ୨ ତାରିଖରେ କଂଗ୍ରେସ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ସରକାର ୩୦ ପ୍ରତିଶତ ପିସି ସରକାର ବୋଲି ଅଭିଯୋଗ ଆଣିଥିଲା । ପଂଚାୟତ ଠାରୁ ଆରମ୍ଭ କରି ତୃତୀୟ ମହଲା ପର୍ଯ୍ୟନ୍ତ ଦୁର୍ନୀତିର ଚେର ଲମ୍ବିଛି । ଏହି ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ବିଜେଡ଼ି ପକ୍ଷରୁ କୁହାଯାଇଥିଲା କଂଗ୍ରେସ ଏହାର ପ୍ରମାଣ ଦେଉ । ଆଜି ଖୋଦ ବିଜେଡ଼ି ଦଳର ଜିଲ୍ଲା ସଭାପତି ଓ ଛାମୁଆଁ ନେତାମାନେ ବିଜେଡ଼ି ଦଳର ମନ୍ତ୍ରୀଙ୍କ ବିରୋଦ୍ଧରେ ଏଭଳି ସଂଗୀନ ଅଭିଯୋଗ ଆଣିଲା ପରେ ଆହୁରି ପ୍ରମାଣର ଆବଶ୍ୟକତା ଅଛି କି ବୋଲି ପ୍ରଶ୍ନ କରିଛି କଂଗ୍ରେସ।