Collector Gives Cheoue

ନୂଆବର୍ଷରେ ଜିଲ୍ଲାପାଳଙ୍କ ଭେଟି, ସାମାଜିକ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କଲେ ଜିଲ୍ଲାପାଳ

State

ବାରିପଦା: ଇଂରାଜୀ ନୂତନ ବର୍ଷ ୨୦୨୪ ଅବସରରେ ଜିଲ୍ଲାପାଳ ଶ୍ରୀ ବିନୀତ ଭରଦ୍ୱାଜ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସାମାଜିକ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରିଥିଲେ। ସର୍ଵପାଥମେ ତିନିଗୋଟି ଭିନ୍ନକ୍ଷମ ଦମ୍ପତ୍ତିଙ୍କ ୨,୫୦,୦୦୦ ଟଙ୍କା ବିବାହ ପ୍ରଶଚାହନ ରାଶି ପ୍ରଦାନ କରିଥିଲେ ।ସେମାନେ ହେଲେ ଶୂଲିଆପଦା ବ୍ଲକର ଦେବୀ ବେଶରା, ଟୁକୁଳ କିସକୁ, ମୋରଡା ବ୍ଲକର ଜଗନ୍ନାଥ ସି ଓ ଯମୁନା ସି ମୋରଡା ବ୍ଲକର ପୁରୁଷୋତ୍ତମ ସାହୁ ଓ ମିନାକ୍ଷୀ ରଣା ।

ତତ୍ପରେ ଦୃଷ୍ଟିବାଧିତ ଛାତ୍ର ଛାତ୍ରୀଙ୍କୁବାସନ୍ତୀ ହାଁସଦା, ବିସ୍ମୟ କୁମାର ମହନ୍ତ, ଅଭିଜିତ ଗିରି, ପାୟଲ ମହାରଣା, ନମିତା ରାମ, ରିମୋଟ କଣ୍ଟ୍ରୋଲ ମହାନ୍ତ ଙ୍କୁ ମାଗଣା ଲାପଟପ ପ୍ରଦାନ କରିଥିଲେ।ଏହାପରେ ଶ୍ରୀମତୀ ଅନୁପମା ଦୋରା ଯିଏକି ଭିନ୍ନକ୍ଷମ ପିତାମାତାଙ୍କ ସନ୍ତାନ ଛାତ୍ରବୃତ୍ତି ଆକାରରେ ୫୦,୦୦୦ ଟଙ୍କାର ଛାତ୍ରବୃତ୍ତି ପାଇଥିଲେ । ସର୍ବଶେଷରେ ରାଜେୟଦ୍ୱାରା ପୁରସ୍କୃତ ମୟୁରଭଞ୍ଜ ଜିଲ୍ଲାର ଦିବ୍ୟାଙ୍ଗ ଶ୍ରୀ ସମାରଆ ମୁର୍ମୁଂକୁ ଜିଲ୍ଲାପାଳ ପୁଷ୍ପଗୁଚ୍ଛ ଓ ଉପଦଢଉକଣ ପ୍ରଦାନ କରିଥିଲେ। ଏଥି ସହିତ ଆଜି ଜିଲ୍ଲାର ସମସ୍ତ ପ୍ରମୁଖ ଅଧିକାରୀ ମାନେ ଜିଲ୍ଲାପାଳଙ୍କୁ ପୁଷ୍ପଗୁଚ୍ଛ ଦେଇ ଇଂରାଜୀ ନବବର୍ଷର ହାର୍ଦ୍ଧିକ ଶୁଭକାମନା ଜଣାଇଥିଲେ ।