Blood Bhandar Inagurated By Collector

ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା ରକ୍ତ ପୃଥକୀକରଣ ଭଣ୍ଡାରର

State

ଆଉ ପ୍ଲାଜ୍ମା, ପ୍ଲେଟଲେଟ ପାଇଁ ଜିଲ୍ଲାବାସୀଙ୍କୁ ଯିବାକୁ ପଡିବ ନାହିଁ ଦୂର ଦୂରାନ୍ତ

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ନିମିତ୍ତ ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ ତରଫରୁ ନିଆ ଯାଇଛି ଏକ ଉତ୍କୃଷ୍ଟ ପଦକ୍ଷେପ।ଆଉ ରକ୍ତର ବିଭିନ୍ନ ଶ୍ରେଣୀ ଯଥା ପ୍ଲାଜ୍ମା, ପ୍ଲେଟଲେଟ ପାଇଁ ଯିବାକୁ ପଡିବ ନାହିଁ କଟକ କିମ୍ବା ଭୁବନେଶ୍ୱର। ଜିଲ୍ଲା ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ସୋମବାର ଦିନ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ଚିକିତ୍ସାଳୟ ଠାରେ ରକ୍ତ ପୃଥକୀକରଣ ଭଣ୍ଡାରର ଉଦ୍ଘାଟନୀ ଅନୁଷ୍ଠିତ ହୋଇଯାଇଛି।ଏହି ରକ୍ତ ପୃଥକୀକରଣ ଭଣ୍ଡାରର ଉଦ୍ଘାଟନ ଜିଲ୍ଲାପାଳ ଶ୍ରୀ ଶ୍ରୀ ବିନୀତ ଭରଦ୍ୱାଜ , ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ରୂପଭାନୁ ମିଶ୍ର ଏବଂ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ଚିକିତ୍ସାଳୟର ଅଧ୍ୟକ୍ଷା ଡଃ ପ୍ରତିଭା ପଣ୍ଡା କରିଥିଲେ। ଏହା ପରେ ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ ଓଡିଶା ରକ୍ତ କେନ୍ଦ୍ରସ୍ଥ ରକ୍ତ ପୃଥକୀକରଣ ଭଣ୍ଡାର ପରିଦର୍ଶନ କରି, ଏହାର ମୁଖ୍ୟ ଡଃ ସୌମ୍ୟ ନାୟକ ଏବଂ ମୟୁରଭଞ୍ଜ ଜିଲ୍ଲା ସହକାରୀ ଡ୍ରଗ କଣ୍ଟ୍ରୋଲର ଶ୍ରୀ ରୁଦ୍ର ନାୟରାୟଣ ସାହୁଙ୍କ ସହିତ ବିଶଦ ଆଲୋଚନା କରି ଏହି ରକ୍ତ ପୃଥକୀକରଣ ଭଣ୍ଡାରର ଉପାଦେୟତା ବିଷୟରେ ପଚାରି ବୁଝିଥିଲେ ।

ଏଠି ସହିତ ଗଣମାଧ୍ୟମକୁ ମନ୍ତବ୍ୟ ଦେବା ସମୟରେ ଶ୍ରୀ ଭରଦ୍ୱାଜ କହିଥିଲେ ଯେ ଏହା ଏକ ଅଭିନବ ପଦକ୍ଷେପ, ଜାହଗା ଅନେକ ରୋଗୀଙ୍କ ଜୀବନ ବଞ୍ଚାଇ ପାରିବ। ଗୋଟିଏ ୟୁନିଟ ରକ୍ତରୁ ଶ୍ବେତ ରକ୍ତ କଣିକା (RBC) ପ୍ଲାଜ୍ମା, ପ୍ଲେଟଲେଟ ଆଦି ବାହାର କରାଯାଇ ଡେଙ୍ଗୁ, କୋଭିଡ ଭଳି ଆତ୍ମଘାତୀ ରୋଗ ମାନଙ୍କ କବଳରୁ ରକ୍ଷା କରାଯିବ। ଶ୍ରୀ ଭରଦ୍ୱାଜ ଏହା ମଧ୍ୟ କହିଥିଲେଯେ ଏହି ସୁବିଧା ସମସ୍ତ ଜନସାଧାରଣଙ୍କ ପାଇଁ ଉପଲବ୍ଧ ଏବଂ ସରକାରଙ୍କର ଏହି ଆଭିମୁଖ୍ୟକୁ ଜିଲ୍ଲାରେ ଫଳପ୍ରଦ କରାଇବା ପାଇଁ ପ୍ରଶାସନର ପ୍ରୟାସ ରହିବ। ସୂଚନା ଯୋଗ୍ୟଯେ ଏହି ରକ୍ତ ପୃଥକୀକରଣ ଭଣ୍ଡାରର ଉଦ୍ଘାଟନ କାର୍ଯ୍ୟକ୍ରମରେ ଜିଲ୍ଲାର ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ସହକାରୀ ଜିଲ୍ଲା ଚିକିତ୍ସା ଅଧିକାରୀ ଡଃ ଜ୍ଞାନଦର ମହାନ୍ତି, ଡଃ ବିଜୟ ଦାସ, ବୈଷୟିକ ଅଧିକ୍ଷକ ଡଃ ପୁଣ୍ଡରୀକାକ୍ଷ ଦାସ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ରକ୍ତ ଭଣ୍ଡାରର ସମସ୍ତ ସହକର୍ମୀ ତଥା କର୍ମକର୍ତା ମାନେ ଉପସ୍ଥିତ ଥିବାର ସୂଚନା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣିଙ୍କ ଠାରୁ ପ୍ରକଶ।