Tirtha Yatra

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

Uncategorized

ଜାନୁଆରୀ ୪ରେ ଜିଲ୍ଲାପାଳ କରିବେ ଯାତ୍ରାର ଶୁଭାରମ୍ଭ; ବାରିପଦା ଷ୍ଟାଡିଅମରୁ ଯିବେ ପ୍ରଥମ ସତ୍ର ତୀର୍ଥଯାତ୍ରୀ

ବାରିପଦା: ଆସନ୍ତା ୦୫ ତାରିଖରେ ଓଡିଶା ପର୍ଯ୍ୟଟନ ବିଭାଗ ଏବଂ ମୟୂରଭଞ୍ଜ ଜିଲ୍ଲା ପ୍ରସାଶନ ତରଫରୁ ଆରମ୍ଭ ହେବାକୁ ଯାଉଛି ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା। ଏହି ପରିପ୍ରେକ୍ଷୀରେ ଜିଲ୍ଲା ସଦର ମହକୁମା ବାରିପଦା ଠାରୁ ଆଗାମୀ ୦୪ ତାରିଖ ଦିନ ଆରମ୍ଭ ହେବ ଏହି ତୀର୍ଥ ଯାତ୍ରୀ ମାନଙ୍କର ପ୍ରଥମ ସତ୍ର ଯାତ୍ରା। ଜିଲ୍ଲାପାଳ ଶ୍ରୀ ବିନୀତ ଭରଦ୍ୱାଜ ଏହି ତୀର୍ଥ ଯାତ୍ରାକୁ ସବୁଜ ପତାକା ଦେଖାଇ ସ୍ୱପରାହ୍ନ ୩ଟା ବେଳେ ବାରିପଦା ଠାରୁ ଶୁଭ ଆରମ୍ଭ କରିବେ। ଏଥି ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା ଶେଷ ପର୍ଯ୍ୟାୟରେ। ସୂଚନା ଅନୁସାରେ, ସମଗ୍ର ଜିଲ୍ଲାରୁ ୬୨୮ଟି ଆବେଦନ ଗ୍ରହଣ ହୋଇଥିବା ବେଳେ ୩୪ଟି ଆବେଦନକୁ ଖାରଜ କରାଯାଇଛି ଏବଂ ପ୍ରଥମ ସତ୍ରରେ ସର୍ବମୋଟ ୨୪୫ଟି ବରିଷ୍ଠ ଦମ୍ପତ୍ତି ମାନଙ୍କୁ ଏହି ତୀର୍ଥ ଯାତ୍ରାରେ ମଧ୍ୟପ୍ରଦେଶର ଉଜ୍ଜୟିନୀ ଏବଂ ଓଁକାରେଶ୍ୱର ତୀର୍ଥ ସ୍ଥାନକୁ ନେଇ ଯାତ୍ରା କରାଯିବାର ବ୍ୟବସ୍ଥା ହୋଇଛି।

ଏହି କାର୍ଯ୍ୟକ୍ରମର ଜିଲ୍ଲା ସଂଚାଳିକା ତଥା ଜିଲ୍ଲା ଶ୍ରୀମତୀ ସତ୍ୟଭାମା ବେହେରା ଙ୍କ ସୂଚନା ଅନୁସାରେ, ଜିଲ୍ଲାର ଏହି ବରିଷ୍ଠ ନାଗରିକ ମାନଙ୍କ ପାଇଁ ସ୍ୱଳ୍ପ ସମୟ ରହଣି ବ୍ୟବସ୍ଥା ଜିଲ୍ଲା ସଦର ମହକୁମା ବାରିପଦା ଷ୍ଟାଡିଅମ ଠାରେ କରାଯିବ। ତତ୍ସହିତ ସେମାନଙ୍କ ଖାଦ୍ୟପେୟ, ଶୌଚ ଆଦି ପାଇଁ ବ୍ୟବସ୍ଥା କରା ଯିବା ସହିତ ସେହିଦିନ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଆଦି କାର୍ଯ୍ୟ କରାଯିବାର ବ୍ୟବସ୍ଥା ମଧ୍ୟ ହୋଇଛି। ଏହି ପ୍ରାଇପ୍ରେକ୍ଷୀରେ, ବରିଷ୍ଠ ନାଗରିକ ମାନଙ୍କ ସୂଚନା ଓ ବିଭିନ୍ନ ବିଷୟରେ ଅବଗତି ପାଇଁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଦ୍ୱାରା ଡ଼ାକବାଜି ଯନ୍ତ୍ରର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହି ଯାତ୍ରାରେ ସାମିଲ ହେବାକୁ ଥିବା ସମସ୍ତ ବରିଷ୍ଠ ନାଗରିକ ମାନଙ୍କର ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି, ଜିଲ୍ଲା ପ୍ରଶାସନ ଆରକ୍ଷୀ ବାହିନୀକୁ ଷ୍ଟାଡିଅମରେ ମୁତୟନ କରାଯାଇଛି। ସୂଚନା ଥାଉକି, ଏହି ବରିଷ୍ଠ ତୀର୍ଥଯାତ୍ରୀ ମାନେ ୫ ଜାନୁଆରୀ ୨୦୨୪ ତାହୂ ୧୦ ଜାନୁଆରୀ ୨୦୨୪ ପର୍ଯ୍ୟନ୍ତ ଏହି ଦୁଇଟି ସ୍ଥାନକୁ ଟ୍ରେନ ଯୋଗେ ବାଲେଶ୍ୱରରୁ ଯିବେ ଏବଂ ନିର୍ଧାରିତ ସ୍ଥାନରୁ ଫେରି ନିଜ ନିଜ ଅଂଚଳକୁ ଫେରି ଯିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବ୍ୟବସ୍ଥା କରା ଯାଇଛି।