Photo (1)

ଜିଲ୍ଲା ସ୍ତରୀୟ ଖେଳକୁଦ ପ୍ରତିଯୋଗିତାରେ ପି ସି ସ୍କୁଲର ୫ ଛାତ୍ରଙ୍କ ସଫଳତା

State

ବାରିପଦା : ସ୍ଥାନୀୟ ବାରିପଦା ଷ୍ଟାଡିୟମରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଆନୁକୂଲ୍ୟରେ ଆୟୋଜିତ ଜିଲ୍ଲା ସ୍ତରୀୟ ବାର୍ଷିକ ଖେଳକୁଦ ପ୍ରତିଯୋଗିତାରେ ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୫ ଜଣ ଛାତ୍ର ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି I ଶହ ଶହ ପ୍ରତିଯୋଗୀଙ୍କ ଭିତରେ ୧୪ ବର୍ଷରୁ କମ ବାଳକ ବିଭାଗରେ ରାମଚନ୍ଦ୍ର ହେମ୍ବ୍ରମ ୬୦ ମି ଦୌଡ଼ ଓ ଉଚ୍ଚ ଡିଆଁରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ୧୬ ବର୍ଷରୁ କମ ବାଳକ ବିଭାଗରେ ଜାଗେନ କିସ୍କୁ ଉଚ୍ଚ ଡିଆଁ ଓ ସଟପୁଟ ଥ୍ରୋ ରେ ପ୍ରଥମ, ଦଶରଥ ମାଝୀ ଡିସ୍କସ ଥ୍ରୋରେ ପ୍ରଥମ ଏବଂ ସଟପୁଟ ଥ୍ରୋ ରେ ଦ୍ଵିତୀୟ ସ୍ଥାନ, ସାଜନ ବେହେରା ଜାଭେଲିନ ଥ୍ରୋ ଓ ସଟପୁଟ ଥ୍ରୋ ରେ ତୃତୀୟ ତଥା ରୁଷିକ ସୋରେନ ଡିସ୍କସ ଥ୍ରୋରେ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି I

ଏହି ସଫଳତା ପାଇଁ ପ୍ରଧାନ ଶିକ୍ଷକ ସୋମନାଥ ସିଂହ କୃତୀ ପ୍ରତିଯୋଗୀ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଏହି ସଫଳତା ପାଇଁ କ୍ରୀଡା ଶିକ୍ଷକ ଅଭିଷେକ ବେହେରା, ୱାର୍ଡେନ ସରୋଜ କୁମାର ସାବତ, ଜିତେନ୍ ବାହାଦୁର ଲାମା ଓ ବାମା ଚରଣ ବାନରା ଙ୍କୁ ଧନ୍ୟବାଦ ଦେଇଛନ୍ତି I ଖବର ପାଇ ସମସ୍ତ ଶିକ୍ଷକ / ଶିକ୍ଷୟତ୍ରୀ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ତଥା ଅଂଚଳବାସୀଙ୍କ ସମେତ ନଗରପାଳ କୃଷ୍ଣIନନ୍ଦ ମହାନ୍ତି, ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ବ୍ଲକ ଶିକ୍ଷା ଅଧିକାରୀ ନଳିନୀକାନ୍ତ ପ୍ରଧାନ, ସି ଆର ସି ସି ଧନଞ୍ଜୟ ସାହୁ ଅଭିନନ୍ଦନ ଜଣାଇଛନ୍ତି I