Rah

ଏପ୍ରିଲ ୨୮ ଏବଂ ମେ ୩ ତାରିଖରେ ଓଡିଶା ଆସିବେ ରାହୁଲ ଗାନ୍ଧୀ

Politics State

ଭୁବନେଶ୍ଵର: ଓଡିଶା ଆସିବେ ରାହୁଲ ଗାନ୍ଧୀ । କରିବେ ନିର୍ବାଚନୀ ପ୍ରଚାର । ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଚାର କାର୍ଯ୍ୟକ୍ରମକୁ ଜୋରଦାର କରିଛି କଂଗ୍ରେସ। ଭୋଟର ମାନଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ଯୋଜନା ଚଲାଇଛି କଂଗ୍ରେସ । ଏହାରି ଭିତରେ ରାହୁଲ ଗାନ୍ଧୀଙ୍କ ଗସ୍ତ କଂଗ୍ରେସକୁ ଯୋଗାଇବ ବଳ ।

ଆସନ୍ତା ଏପ୍ରିଲ ୨୮ ଏବଂ ମେ ୩ ତାରିଖରେ ଓଡିଶା ଆସିବେ ରାହୁଲ ଗାନ୍ଧୀ । ଏପ୍ରିଲ ୨୮ରେ ରାହୁଲ ସାଲେପୁର ଗସ୍ତ କରିବାର କାର୍ଯ୍ୟକ୍ରମ ଥିବା ବେଳେ ମେ’ ୩ରେ ରାୟଗଡ଼ା ଗସ୍ତ କରିବେ ରାହୁଲ । ଏହି ଗସ୍ତ ସମୟରେ ସେଠାରେ ଆୟୋଜିତ ଏକ ସାଧାରଣ ସଭାରେ ସମ୍ବୋଧନ କରିବେ ରାହୁଲ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଏବଂ କଂଗ୍ରେସ ସାଂସଦ ପାର୍ଥୀ ସପ୍ତଗିରି ଉଲାକା ।  ରାହୁଲ ଗାନ୍ଧୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଉଭୟ ସାଲେପୁର ଏବଂ ରାୟଗଡ଼ାରେ କଂଗ୍ରେସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଜାରି ରହିଛି ।

ସେହିପରି, ମେ ୮ ତାରିଖ ଦିନ ରାୟଗଡା ଗସ୍ତ କରିବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡିଙ୍କ । ପ୍ରଥମେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡି ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣି ମନ୍ଦିରରେ ପୂଜାର୍ଚ୍ଚନା କରି ଏକ ବିରାଟ ଶୋଭାଯାତ୍ରାରେ ଆମଲାଭଟା ଛକ ପାର୍ଯ୍ୟନ୍ତ ଶୋଭାଯାତ୍ରା କରିବେ । ଏହି ସମୟରେ ସେ ବିଭିନ୍ନ ଛକ ମାନଙ୍କରେ ଲୋକଙ୍କୁ ଉଦବୋଧନ ଦେବେ ।