Mayuri Programe

ମୟୂରୀ ପକ୍ଷରୁ ବର୍ଷାନ୍ତରେ ବିଦାୟ କାର୍ଯ୍ୟକ୍ରମ, ପିଲାଙ୍କ ନୃତ୍ୟ ଗୀତରେ ଉଲ୍ଲସିତ ହେଲା ଶିଶୁଉଦ୍ୟାନ

State

ବାରିପଦା: ବାରିପଦା ସଂସ୍କାର ଶିଶୁ ମହୋତ୍ସବ କମିଟି ମୟୂରୀ ପକ୍ଷରୁ ସ୍ଥାନୀୟ ଶିଶୁ ଉଦ୍ୟାନ ପରିସରରେ ଥିବା ବ୍ୟାଣ୍ଡ ଷ୍ଟାଣ୍ଡ ରେ 2023 କୁ ବିଦାୟ ଦେବା ପାଇଁ ବର୍ଷାନ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ବିଭିନ୍ନ ବିଦ୍ୟାଳୟର ପ୍ରତିଭାଦୀପ୍ତ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୃତ୍ୟ ଗୀତରେ ଶିଶୁଉଦ୍ୟାନର ପରିସର ଉଲ୍ଲସିତ ହୋଇ ଉଠିଥିଲା l ସାଂସ୍କୃତିକ କାର୍ଯ୍ୟକ୍ରମ ଏତେ ମନୋମୁଗ୍ଧକାର ଥିଲା ଯେ, ଶହ ଶହ ସଂଖ୍ୟାରେ ଛୋଟ ଛୋଟ ପିଲା ଓ ଅଭିଭାବକ ଏହି ନିଆରା କାର୍ଯ୍ୟକ୍ରମ ର ଭରପୁର ମଜା ନେଇଥିଲେ l ସଂସ୍କାର ଶିଶୁ ମହୋତ୍ସବ କମିଟି ମୟୂରୀର ଅଧ୍ୟକ୍ଷ ତଥା ପୌରପାଳ କୃଷ୍ଣାନନ୍ଦ ମହାନ୍ତିଙ୍କ ଆନ୍ତରିକ ସହଯୋଗ ଏବଂ ମୟୂରୀ ର ସମ୍ପାଦକ ତଥା ‘ପ୍ରମେୟ’ର ବରିଷ୍ଠ ସାମ୍ବାଦିକ ସଞ୍ଜୟ କୁମାର ଚୌଧୁରୀଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିତ ତଥା ଏମ ପି ସି ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ଼ ବନଜା ମହାନ୍ତିଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୟୂରୀ ର ଉପଦେଷ୍ଟା ବରିଷ୍ଠ ଆଇନଜୀବି କ୍ଷେତ୍ରମୋହନ ପଣ୍ଡା, ଉପସଭାପତି ଆର୍କିଟେକ୍ଟ ମନୋଜ କୁଅଁର, ବରିଷ୍ଠ ସଦସ୍ୟ ଶିକ୍ଷାବିତ କୈବଲ୍ୟ ପ୍ରସାଦ ମହାପାତ୍ର, ସୁଧାମୟୀ ଦାସ, ବାସନ୍ତୀ ଲତା ମହାପାତ୍ର, ସୁନିତା କୁଆଁର, କଳ୍ପନା ମହାନ୍ତି, ବତ୍ସଳା କୁଅଁର, ବିପ୍ଳବ ଦାଶ, ସାଇ ପ୍ରକାଶ ମହାନ୍ତି, ପ୍ରଭାତ ସାହୁ, ଜୟ ବୋଷ ଏବଂ ସୋମନାଥ ସିଂ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ l

ପ୍ରାରମ୍ଭ ରେ ଅର୍ଗନାଇଜେସନ ଫୋର ରୁରାଲ ଡେଭେଲାପମେଣ୍ଟର ଛାତ୍ର ଛାତ୍ରୀମାନେ ଗୁରୁ ବନ୍ଦନା ପୂର୍ବକ ଆସର କୁ ସଂଗୀତମୟ କରି ଦେଇଥିବା ବେଳେ ପରେ ପରେ କଣ୍ଠଶିଳ୍ପୀ ଶୁଭମ ମାଇତି ଏବଂ ଜି କିରଣ ତେଜସ୍ୱିନୀ ସୁଲଳିତ କଣ୍ଠ ରେ ଭକ୍ତି ଗୀତ ଓ ଦେଶାତ୍ମ ବୋଧକ ସଂଗୀତ ପରିବେଷଣ କରି ଥିଲେ l ପରେ ପରେ ପୂର୍ଣ୍ଣ ଚନ୍ଦ୍ର ପୁର ଉପରବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ‘ମାଟି ମାଟି ମାଟି, ସୁନା ଫଳେ ରୁପା ଫଳେ ଏଠି ‘ସଂଗୀତ ରେ ଚିତ୍ତା କର୍ଷକ ନୃତ୍ୟ ପରିବେଷଣ କରିଥିଲେ l ଏହି ନୃତ୍ୟ ରେ ମୁଗ୍ଧ ହୋଇ ସଂସ୍କାର ଶିଶୁ ମହୋତ୍ସବ କମିଟି ମୟୂରୀ ପକ୍ଷରୁ 1000ଟଙ୍କା ପୁରସ୍କାର ପ୍ରଦାନ କରା ଯାଇଥିବା ବେଳେ ଦର୍ଶକ ଙ୍କ ଆଗ୍ରହ କୁ ଦେଖି ବ୍ୟାଣ୍ଡ ଷ୍ଟାଣ୍ଡ ତଳେ ମଧ୍ୟ ଏହି ନୃତ୍ୟ ପ୍ରଦର୍ଶିତ ହୋଇଥିଲା l ଯେଉଁଥିରେ ଦର୍ଶକ ଙ୍କ ଭର ପୁର ପ୍ରଶଂସା ମିଳିଥିଲା l ଏହି ଅବସରରେ ଆସନ୍ତା ରବିବାର ଜାନୁଆରୀ 7 ତାରିଖରେ ନୂତନ ବର୍ଷ କୁ ସ୍ୱାଗତ ପାଇଁ ଏକ ଭିନ୍ନ ଧରଣ ର କାର୍ଯ୍ୟକ୍ରମ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଶିଶୁ ଉଦ୍ୟାନ ପରିସରରେ ଅନୁଷ୍ଠିତ ହେବ ବୋଲି ଘୋଷଣା କରାଯାଇଛି l