Gc66 Y6xgaasucf 750x430 1.jpg

ଇରାନ କବରସ୍ଥାନରେ ବିସ୍ଫୋରଣ, ୭୩ ମୃତ, ୧୭୦ ଆହତ

National & International

GC66-y6XgAAsUCF-750x430

ତେହେରାନ: ଇରାନର କେରମାନ ସହରର ଏକ କବରସ୍ଥାନ ନିକଟରେ ବିସ୍ଫୋରଣ ଘଟି ୭୩ ଜଣଙ୍କ ମୃତ୍ୟୁ ଘଟିଛି ଓ ୧୭୦ ଆହତ ହୋଇଛନ୍ତି । ସରକାରୀ ଟିଭି ଅଲ୍ ଆରବିଆର ରିପୋର୍ଟ ଅନୁଯାୟୀ, ଇରାନର ପୂର୍ବତନ କମାଣ୍ଡର କାସିମ ସୁଲେମାନୀଙ୍କୁ ଏହି କବରସ୍ଥାନରେ ସମାଧି ଦିଆଯାଇଛି। ତାଙ୍କ ମୃତ୍ୟୁର ୪ର୍ଥ ବାର୍ଷିକୀ ପାଳନ ପାଇଁ ସେଠାରେ ଥିବା ସାହେବ ଅଲ ଜମାନ ମସଜିଦରେ ଲୋକମାନେ ଏକାଠି ହୋଇଥିଲେ । ସେହି ସମୟରେ ଦୁଇଟି ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ଅତି କମରେ ୭୩ ଜଣଙ୍କ ମୃତ୍ୟୁ ଘଟିଛି ଓ ଆହୁରି ୧୭୦ ଲୋକ ଆହତ ହୋଇଛନ୍ତି ।
ବିସ୍ଫୋରଣରେ ୫୦ ଜଣ ଆହତ ହୋଇଥିବା ଇରାନର ସରକାରୀ ନ୍ୟୁଜ୍ ଏଜେନ୍ସି ‘ଆଇଆରଏନଏ’ ପ୍ରଥମେ ରିପୋର୍ଟ କରିଥିଲା । କିନ୍ତୁ ପରେ ଅନେକ ଲୋକ ମୃତ୍ୟୁବରଣ କରିଥିବା ରିପୋର୍ଟ ଆସିଥିଲା । ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳରେ ବହୁ ସଂଖ୍ୟକ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଛି।

ମିଳିଥିବା ସୂଚନା ଅନୁଯାୟୀ, ବିସ୍ଫୋରଣ ପରେ ଦଳଚକଟା ଯୋଗୁଁ ଅନେକ ଲୋକ ଆହତ ହୋଇଥିଲେ ଏବଂ ସେମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସୁଲେମାନୀଙ୍କ ମୃତ୍ୟୁ ବାର୍ଷିକୀ ଅବସରରେ ଏକ ସମାରୋହ ପାଇଁ ଅଞ୍ଚଳରେ ଭିଡ଼ ଜମିଥିଲା। ସୁଲେମାନୀ ଦୁଇ ଦଶନ୍ଧୀ ଧରି ଇସ୍ଲାମିକ ରିଭୋଲ୍ୟୁସନରୀ ଗାର୍ଡ କର୍ପସ (ଆଇଆରଜିସି)ର ବିଦେଶୀ ଅପରେସନ ଶାଖା କୁଦସ୍ ଫୋର୍ସର ନେତୃତ୍ୱ ନେଇଥିଲେ । ୨୦୨୦ ଜାନୁଆରୀରେ ଇରାକରେ ଆମେରିକାର ଏୟାର ଷ୍ଟ୍ରାଇକରେ ସେ ନିହତ ହୋଇଥିଲେ।