Onn 3

ଭାରତ-ପାକିସ୍ତାନ କ୍ରିକେଟ୍‌ ମ୍ୟାଚ୍‌: ଅକ୍ଟୋବର୍‌ ୧୫ ପାଇଁ ଅହମଦାବାଦ ହୋଟେଲ୍‌ ବୁକିଙ୍ଗ୍‌ ଭଡ଼ା ୧ ଲକ୍ଷ ଟଙ୍କା

National & International

ଅହମଦାବାଦ: ଅକ୍ଟୋବର ୧୫ ତାରିଖରେ ଗୁଜରାଟର ଅହମଦାବାଦରେ ‘ଓ.ଡି.ଆଇ. ବିଶ୍ବକପ୍‌’ ହେବ ବୋଲି ମଙ୍ଗଳବାର ଦିନ ‘ଆଇସିସି’ ଘୋଷଣା କରିବା ପରେ ସେ ଦିନକ ପାଇଁ ସେଠାକାର ହୋଟେଲ୍‌ ରୁମ୍‌ଗୁଡ଼ିକର ବୁକିଙ୍ଗ୍‌ ମୂଲ୍ୟ ହଠାତ୍‌ ବୃଦ୍ଧି ପାଇ ୧ ଲକ୍ଷ ଟଙ୍କା ହୋଇଯାଇଥିବା କଥା ବଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।
ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଦୁଇ ଭୀଷଣ ପ୍ରତିଦ୍ବନ୍ଦ୍ବୀଙ୍କ ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚ୍‌ ଦେଖିବାକୁ କ୍ରିକେଟ୍‌ପ୍ରେମୀଙ୍କର ଅଭୂତପୂର୍ବ ଚାହିଦାର ଫଳ ସ୍ବରୂପ ହୋଟେଲ୍‌ ରୁମ୍‌ ଭଡ଼ା ଆକସ୍ମିକ ଭାବେ ବୃଦ୍ଧି ପାଇଛି ବୋଲି ଅନୁମାନ କରାଯାଉଛି।
ପ୍ରାପ୍ତ ସୂଚନା ଅନୁସାରେ, କେତେକ ହୋଟେଲ୍‌ର ରୁମ୍‌ ଭଡ଼ା ପ୍ରାୟ ୧୦ଗୁଣା ବୃଦ୍ଧି କରାଯାଇ ୧ ଲକ୍ଷ ଟଙ୍କା ହୋଇଥିବା ବେଳେ ଆଉ କିଛି ହୋଟେଲ୍‌ ସବୁ ରୁମ୍‌ ବୁକିଙ୍ଗ୍‌ ସରିଥିବା କଥା କହିଛନ୍ତି। ସାଧାରଣତଃ, ଅହମଦାବାଦ ସହରରେ ବିଳାସମୟ ହୋଟେଲ୍‌ମାନଙ୍କରେ ଦୈନିକ ୫୦୦୦ରୁ ୮୦୦୦ ଟଙ୍କା ଥିବା ରୁମ୍‌ ଭଡ଼ା ଅକ୍ଟୋବର ୧୫ ତାରିଖ ପାଇଁ ୪୦, ୦୦୦ ଟଙ୍କାକୁ ବୃଦ୍ଧି ପାଇଥିବା ବ‌େଳେ ‌ଏହି ଧରଣର ଆଉ କେତେ‌କ ହୋଟେଲ୍‌ର ଦୈନିକ ଭଡ଼ା ୧ ଲକ୍ଷ ଟଙ୍କା ହୋଇଯାଇଛି।

ଗଣମାଧ୍ୟମକୁ ଗୁଜରାଟ ‘ହୋଟେଲ୍‌ସ୍‌ ଆଣ୍ଡ୍‌ ରେସ୍ତୋରାଁ ଆସୋସିଏସନ୍‌’ର କର୍ମକର୍ତ୍ତାମାନେ କହିଛନ୍ତି ଯେ, ପ୍ରବାସୀ ଭାରତୀୟ ଓ ଅନ୍ୟ ରାଜ୍ୟର କ୍ରିକେଟ୍‌ପ୍ରେମୀଙ୍କ ବୁକିଙ୍ଗ୍‌ ଯୋଗୁଁ ରୁମ୍‌ ଭଡ଼ା ହଠାତ୍‌ ବୃଦ୍ଧି ପାଇଛି। ଚାହିଦା ଥିବାରୁ ଅଧିକ ଉପାର୍ଜନ କରିବା ପାଇଁ ହୋଟେଲ୍‌ ବ୍ୟବସାୟୀ ଆଗ୍ରହୀ ହେବା ସ୍ବାଭାବିକ କଥା। ଅଧିକ ଦର ହେବା ସତ୍ତ୍ବେ ସବୁ ରୁମ୍‌ ବୁକ୍‌ ହୋଇଯିବ ବୋଲି ଆମର ଆଶା। ଚାହିଦା କମିଲେ ଭଡ଼ା କମିଯିବ।