Onn 3

ପ୍ରକାଶ ପାଇଲା ଜେଇଇ ଆଡଭାନସ୍‌ଡ ରେଜଲ୍ଟ

National & International

ନୂଆଦିଲ୍ଲୀ : ପ୍ରକାଶ ପାଇଛି ଜେଇଇ ଆଡଭାନସଡ ରେଜଲ୍ଟ। ଏଥିରେ ୧୦୦ ପ୍ରତିଶତ ନମ୍ବର ରଖି ହାଇଦ୍ରାବାଦ ଜୋନର ଭି.ସି. ରେଡ୍ଡି ଟପ୍ପର ହୋଇଛନ୍ତି । ଯେତେବେଳେ କି ୫୬ ରାଙ୍କରେ ଥିବା ଏନ୍‌ଏନ୍‌ ଭାଭ୍ୟଶ୍ରୀ ମହିଳାଙ୍କ ବର୍ଗରେ ଟପ୍‌ର ହୋଇଛନ୍ତି। ଚଳିତବର୍ଷ ୧ ଲକ୍ଷ ୮୦ ହଜାର ୩୭୨ଜଣ ଜେଇଇ ଆଡଭାନସଡ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୪୩ ହଜାର ୭୭୩ ଜଣ କୃତକାର୍ଯ୍ୟ ହୋଇଛନ୍ତି।

ସମୁଦାୟ ୩୬୦ ନମ୍ବରରୁ ରେଡ୍ଡୀ ରଖିଛନ୍ତି ୩୪୧ ନମ୍ବର। ୨୯୮ ନମ୍ବର ରଖିଥିବା ଶ୍ରୀ ସର୍ବଭାରତୀୟସ୍ତରରେ ୫୬ତମ ସ୍ଥାନରେ ଅଛନ୍ତି।
ଉଲ୍ଲେଖଯୋଗ୍ୟ, ଶ୍ରେଷ୍ଠ ୧୦ ସ୍ଥାନରେ ଥିବା ପ୍ରାର୍ଥୀମାନଙ୍କ ମଧ୍ୟରୁ ‘ଆଇଆଇଟି ହାଇଦ୍ରାବାଦ ଜୋନ୍‌ର ୬ଜଣ ଥିବା ବେଳେ ଆଇଆଇଟି ଦିଲ୍ଲୀ ଓ ରୂର୍‌କୀ ଜୋନ୍‌ରୁ ୨ଜଣ ଲେଖାଏଁ ଅଛନ୍ତି।

କ୍ରମାନ୍ବୟରେ ଶ୍ରେଷ୍ଠ ୧୦ ତାଲିକାରେ ଅଛନ୍ତି, ବାବିଲଲା ଚିଦ୍‌ବିଳାସ ରେଡ୍ଡୀ, ରମେଶ ସୂର୍ଯ୍ୟ ତେଜା, ଋଷି କାର୍ଲା, ରାଘବ ଗୋୟାଲ୍‌, ଆଡ୍ଡାଗଡ଼ା ଭେଙ୍କଟ ଶିବରାମ, ପ୍ରଭାବ ଖଣ୍ଡେଲ୍‌ୱାଲ୍‌, ବିକ୍କିନା ଅଭିନବ ଚୌଧୁରୀ, ମଳୟ କେଡିଆ, ନାଗୀରେଡ୍ଡୀ ବଲାଜୀ ରେଡ୍ଡୀ ଓ ଯାକ୍କାନ୍ତି ପାଣି ଭେଙ୍କଟ ମଣିଧର ରେଡ୍ଡୀ।

ଚଳିତ ବର୍ଷ ଏହି ପରୀକ୍ଷାରେ ସମୁଦାୟ ୪୩୭୭୩ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୬୨୬୪ ହେଉଛନ୍ତି ଛାତ୍ର ଓ ୭୫୦୯ ହେଉଛନ୍ତି ଛାତ୍ରୀ।