Lokaseva Bhawan

ଜୁନ୍ ୩୦ ଯାଏଁ ସରକାରୀ ବାବୁଙ୍କ ଛୁଟି ବାତିଲ୍; ସଂଶୋଧନ କଲା ପ୍ରଶାସନ

State

ଭୁବନେଶ୍ବର: ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ନେଇ ସଂଶୋଧନ କଲା ପ୍ରଶାସନ । କହିଲା ନେଇ ପାରିବେ ଛୁଟି, ହେଲେ ଜରୁରୀ କାର୍ଯ୍ୟ ପାଇଁ ଡାକରା ଗଲେ ତୁରନ୍ତ ହେବେ ଉପସ୍ଥିତ । ଜୁନ୍ ୩୦ ପର୍ଯ୍ୟନ୍ତ ଛୁଟି ବାତିଲ ନିର୍ଦ୍ଦେଶରେ ସଂଶୋଧନ କରି କିଛି ଏପରି କହିଛି ପ୍ରଶାସନ । ଆବଶ୍ୟକ ପଡ଼ିଲେ ଅଫିସରମାନେ ଛୁଟି ନେଇପାରିବେ ବୋଲି ନିର୍ଦ୍ଦେଶ ଜରି କରାଯାଇଛି । ହେଲେ ଛୁଟି ନେଇଥିବା ବ୍ୟକ୍ତି ଆବଶ୍ୟକ ପଡ଼ିଲେ ତୁରନ୍ତ କାର୍ଯ୍ୟରେ ଯୋଗଦେବେ । ଏହା ସହିତ ଜରୁରୀ ଯୋଗାଯୋଗ ପାଇଁ ନିଜ ମୋବାଇଲ ନମ୍ବର ଆକ୍ଟିଭ ରଖିବା ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ, ଗତକାଲି ଜୁନ୍ ୩୦ ଯାଏଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରି ବିଭାଗୀୟ ସଚିବ ଓ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଥିଲେ ସାଧାରଣ ପ୍ରଶାସନ ବିଭାଗ ଏସିଏସ୍‌ । ନୂଆ ସରକାର ଗଠନ ହେଉଥିବାରୁ ବିଭିନ୍ନ ସ୍ତରରେ କାର୍ଯ୍ୟକ୍ରମ ଚାଲିବା ନେଇ କାହାରିକୁ ଛୁଟି ନଦେବାକୁ ନିର୍ଦ୍ଦେଶ ଦେଇ ଅଧିକାରୀଙ୍କୁ ହେଡକ୍ୱାର୍ଟର ନଛାଡିବାକୁ ନିର୍ଦ୍ଦେଶ ଜରିକରାଯାଇଥିଲା । ଯାହାକୁ ଆଜି ସଂଶୋଧନ କରିଛି ପ୍ରଶାସନ ।