ଆଗରପଡ଼ା :ବନ୍ତ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ସେକ୍ସନ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ମଦନ ମୋହନ ନାୟକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷାଧିକାରୀ ପ୍ରଫୁଲ୍ଲ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଶିକ୍ଷାଧିକାରୀ ଶ୍ରୀ ସାହୁ,ବିଆରସିସି ହରେକୃଷ୍ଣ ଆପଟ,ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ପ୍ରଫୁଲ୍ଲ ପଣ୍ଡା ପ୍ରମୁଖ ଶ୍ରୀଯୁକ୍ତ ନାୟକଙ୍କ କର୍ମମୟ ଜୀବନ, ସମୟାନୁବର୍ତ୍ତିତା, କର୍ତ୍ତବ୍ୟପରାୟଣତା, ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ପ୍ରତି ଥିବା ମହାନୀୟତା ବିଷୟରେ ଆଲୋକପାତ କରିଥିଲେ । ଏହି ଅବସରରେ ଶ୍ରୀ ନାୟକଙ୍କୁ କାର୍ଯ୍ୟାଳୟ ପକ୍ଷରୁ ମାନପତ୍ର ଓ ଉପଢ଼ୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ମଧ୍ୟ କାର୍ଯ୍ୟାଳୟରୁ ବଦଳି ହୋଇଥିବା କର୍ମଚାରୀ ଅଜୟ ସାମଲଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସେକ୍ସନ ଅଧିକାରି ମୁରଲୀ ଧର ବଳ, ରମାକାନ୍ତ ମହାନ୍ତି, ସୌଭାଗ୍ୟ ନାଥ ସାହୁ,ରଘୁନାଥ ପୁହାଣ, କର୍ମ ଚାରି ବୈଲୋଚନ ସାହୁ, ସରୋଜ ମହାପାତ୍ର, ନିର୍ମଳା ନାୟକ, ସୁଚିଶ୍ମିତା ଦାଶ , ଟୁନାନାଳା ଦାସ, ଗୌରାଙ୍ଗ ଚରଣ ଦାସ,ଗଙ୍ଗାଧର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।