Gadi

ନିର୍ବାଚନ ପାଇଁ ଯାନବାହାନ ଯାଞ୍ଚ ବେଳେ ୨ ଲକ୍ଷ ୬୪ ହଜାର ଜବତ

Crime State

ବାରିପଦା: ଏକ କାଳୀନ ସାଧାରଣ ନିର୍ବାଚନ-2024 ପରିପ୍ରେକ୍ଷୀରେ ରେ ବେଆଇନ ଟଙ୍କା କାରବାର କୁ ରୋକିବା ପାଇଁ ଜିଲ୍ଲlରେ ସନ୍ଦେହ ଜନକ ଭାବେ ଚଳ ପ୍ରଚଳ କରୁଥିବା ଯାନବାହାନ ଗୁଡିକୁ ଫ୍ଲlୟିଙ୍ଗ ସ୍କ୍ୱାଡ଼ ଟିମ ଦ୍ୱାରା କଡାକଡ଼ି ଯାଞ୍ଚ କରାଯାଉଛି |

ଏହି ପରିପ୍ରେକ୍ଷୀରେ ଆଜି ଫ୍ଲlୟିଙ୍ଗ ସ୍କ୍ୱାଡ଼ ଟିମ -4 ଦ୍ୱାରା ସକାଳ ଘ 8-30 ମିନିଟ ସମୟରେ ଶ୍ୟାମାଖୁଣ୍ଟା ବ୍ଲକ ଅଧିନସ୍ଥ ରଙ୍ଗାମାଟିଆ ଛକ ଠାରେ OD-11-S-9565 ନମ୍ବର ଯୁକ୍ତ ଧଳା ବୋଲେରୋ ଗାଡି ର ଯାତାୟାତ ସମୟରେ ଏହାର ଗତିବିଧି ଉପରେ flying ସ୍କ୍ୱାଡ଼ ଟିମ ର ସନ୍ଦେହ ହେବାରୁ ଗାଡିକୁ ତାଲାସି କରାଯିବା ପରେ ଗାଡ଼ିରୁ ବାରିପଦା ସଦର ଥାନା ଅନ୍ତର୍ଗତ ସିନ୍ଦୁରଗୌରା ଗ୍ରାମ ର ରଜନୀ କାନ୍ତ ମହାନ୍ତ ଙ୍କ ସହିତ 2,64,000/ଟଙ୍କା ଧରାଯାଇଥିଲା ଏବଂ ଉକ୍ତ ଟଙ୍କା ବାବଦ ରେ ଶ୍ରୀ ମହାନ୍ତ ଙ୍କୁ ଆବଶ୍ୟକୀୟ କାଗଜ ପତ୍ର ମାଗିବାରୁ ସେ ବ୍ୟକ୍ତି ଜଣକ କାଗଜ ପତ୍ର ଦେଖାଇବା ପାଇଁ ସକ୍ଷମ ହୋଇନଥିଲେ | ଫଳରେ ଉକ୍ତ ଟଙ୍କା କୁ Executive ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ଉପଯୁକ୍ତ ସାକ୍ଷୀ ପ୍ରମାଣ ସହିତ ଜବଦ କରାଯାଇଥିଲା ଏବଂ ଜବତ ଟଙ୍କାକୁ ଆଇନ ଅନୁସାରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ବାରିପଦା ଜିଲ୍ଲାକୋଷlଗାରରେ ଜମା କରାଯାଇ ବାରିପଦା ସଦର ଥାନା ଆଇ ଆଇ ସି ଙ୍କୁ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଜଣାଇ ଦିଆଯାଇଛି |