Img 20240423 Wa0235 (1)

ଜାତୀୟ ସ୍କୁଲ କ୍ରୀଡ଼ାରେ ଭାଗ ନେବେ ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀର ୬ ଖେଳାଳୀ

sports State

ବାରିପଦା : ଚଳିତ ମାସ ୨୭ ଓ ୨୮ ତାରିଖ ମହାରାଷ୍ଟ୍ର ପୁନେର ବେଲୱାଡି ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେବାକୁ ଥିବା ୧୭ ବର୍ଷରୁ କମ୍ ୬୭ ତମ ଜାତୀୟ ସ୍କୁଲ୍ କ୍ରୀଡ଼ାରେ ଭାଗ ନେବାପାଇଁ ମୟୂରଭଞ୍ଜ ଜିଲ୍ଲାରୁ ୮ଜଣ ସ୍ଥାନ ପାଇଛନ୍ତି I ସେମାନଙ୍କ ମଧ୍ୟରୁ ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀ, ମୟୂରଭଞ୍ଜର ୬ ଜଣ ଖେଳାଳୀ ଓଡିଶା ଦଳରେ ସ୍ଥାନ ପାଇବାର ସୌଭାଗ୍ୟ ଅର୍ଜନ କରିଛନ୍ତି I ସେମାନେ ହେଲେ ଶ୍ରୀଅରବିନ୍ଦ ହାଇସ୍କୁଲରେ ଅଧ୍ୟୟନରତ ଦୀପକ ବେହେରା, ଶ୍ରୀପଦଗଞ୍ଜ ହାଇସ୍କୁଲର ସୋନେର ସିଂ ବେଶ୍ରା, ରାଣୀଭୋଳ ବାଳିକା ହାଇସ୍କୁଲର ସୁମିତ୍ରା ମୁର୍ମୁ, ପାୟେଲ ହାଁସଦା, ବାସନ୍ତୀ ମୁର୍ମୁ ଓ ହିଷୀ ଟୁଡୁ । ସମସ୍ତେ ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀରେ ବିଗତ ୨ବର୍ଷରୁ କ୍ରୀଡ଼ା ପ୍ରଶିକ୍ଷଣ ନେଉଛନ୍ତି । ଖବର ପାଇ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଭାଗିରଥି ମଲ୍ଲିକ, ମୟୁରଭଞ୍ଜ କ୍ରୀଡ଼ା ସଂଘର ସମ୍ପାଦକ ବିଜୟ କୁମାର ଦାସ, ଏକାଡେମୀର ନିର୍ଦ୍ଦେଶକ ଅମର ସେଠୀ, ଉପଦେଷ୍ଟା ସୋମନାଥ ସିଂହ , ମଙ୍ଗଲ ହାଁସଦା, ରୂପାଲି ସୋରେନ, ବାରିପଦା ଶାଖା ପରିଚାଳକ ରଞ୍ଜିତ ରାଉତ, ପ୍ରଶିକ୍ଷକ ଚନ୍ଦନ ସିଂ, ରାଜକିଶୋର ପାତ୍ର, ତରଣିସେନ ନାୟକ, ପ୍ରତିଷ୍ଠାତା ଦିବ୍ୟରଞ୍ଜନ ଦାସ ସମସ୍ତଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି । ପ୍ରକାଶ ଥାଉକି ବିଗତ ଦିନ ମାନଙ୍କରେ ବହୁ ପୁରୁଷ ଓ ମହିଳା ଖେଳାଳି ଜାତୀୟ ଓ ଅନ୍ତର୍ଜାତୀୟ ସ୍ଥରରେ ଉଚ୍ଚ ମାନର ଖେଳ ପ୍ରଦର୍ଶନ କରିବା ସହିତ ବହୁ ପଦ ପଦବୀରେ ଅବସ୍ଥାପିତ ହୋଇଛନ୍ତି I