Ff

ଲୋକସଭା ଓ ବିଧାନସଭା ପାଇଁ ଆଜି ହେଭିୱେଟ୍‌ ନେତା ଙ୍କ ନାମାଙ୍କନ ପତ୍ର ଦାଖଲ

Politics State

ଲୋକସଭା ପାଇଁ ବିଜେଡି ରୁ ସୁଦାମ ମାରାଣ୍ଡି ଓ ବିଜେପି ରୁ ନବ ଚରଣ ମାଝି

ବାରିପଦା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ରୁ ସାନନ୍ଦ ମାର୍ଣ୍ଡି ଓ ବିଜେପି ରୁ ପ୍ରକାଶ ସୋରେନ କଲେ ନାମାଙ୍କନ ପତ୍ର ଦାଖଲ

ବାରିପଦା: ଆଜି ନାମାଙ୍କନ ପତ୍ର ଦାଖଲ ର ସପ୍ତମ ଦିନରେ ବିଜେପି ଓ ବିଜେଡି କଂଗ୍ରେସ ଏବଂ ଅନ୍ୟାନ୍ୟ ଦଳ ସମେତ ସ୍ୱାଧୀନ ପ୍ରାର୍ଥୀ ମାନେ ସଂପୃକ୍ତ ରିଟର୍ନ୍ନିଙ୍ଗ ଅଫିସର ପାଖରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଲୋକସଭା ଆସନ ପାଇଁ ହେଭିୱେଟ୍‌ ନେତା ବିଜେଡି ପକ୍ଷରୁ ସୁଦାମ ମାରାର୍ଣ୍ଡି ଏବଂ ବିଜେପି ପକ୍ଷରୁ ନବ ଚରଣ ମାଝି ନମାଙ୍କନ ପତ୍ର ଦାଖଲ କରିଥିବାବେଳେ ବାରିପଦା ନିର୍ବାଚନ ମଣ୍ଡଳୀ ରୁ ବିଜେଡି ପକ୍ଷରୁ ସାନନ୍ଦ ମାର୍ଣ୍ଡି ଏବଂ ବିଜେପି ପକ୍ଷରୁ ପ୍ରକାଶ ସୋରେନ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆଜି ପୂର୍ବାହ୍ନରେ ବାରିପଦା ସହରରେ ବିଜେଡି ଏବଂ ବିଜେପି ,ଝାଡଖଣ୍ଡ , କଂଗ୍ରେସ ସମେତ ଅନ୍ୟାନ୍ୟ ରାଜନୈତିକ ଦଳ ମାନଙ୍କ ପକ୍ଷରୁ ରାଲି କରାଯାଇ ନିଜ ନିଜ ଦଳର ସମର୍ଥକ ମାନଙ୍କ ସହିତ ପ୍ରାର୍ଥୀ ମାନେ ସଂପୃକ୍ତ ରିଟର୍ନ୍ନିଙ୍ଗ ଅଫିସର ମାନଙ୍କ ପାଖରେ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ରାଜନୈତିକ ଦଳ ମାନଙ୍କର ରାଲି କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସହର ଭିତରେ ସୁରକ୍ଷା ଏବଂ ଟ୍ରାଫିକ ବ୍ୟବସ୍ତାକୁ କଡାକଡି କରାଯାଇଥିଲା । ଯାନବାହାନ ଚଳା ଚଳ ଉପରେ ମଧ୍ୟ କଟକଣା ଜାରି କରାଯାଇଥିଲା । ଆଜି ଲୋକସଭା ଆସନ ପାଇଁ ସୁଦାମ ମାରାଣ୍ଡି , ନବ ଚରଣ ମାଝି , ଜଟିଆ ସାଓାନ (ବହୁଜନ ସମାଜ ପାର୍ଟି ) , ଅଶୋକ କୁମାର ସିଂ , ବାଜୁନ ହାଁସଦା ଏବଂ ଶାନ୍ତିଲତା ଚାଟାର ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବାରିପଦା ନିର୍ବାଚନ ମଣ୍ଡଳୀ ରୁ ସାନନ୍ଦ ମାରାଣ୍ଡି , ପ୍ରକାଶ ସୋରେନ , ରଞିତା ହେମ୍ବ୍ରମ , ପ୍ରମୋଦ କୁମାର ହେମ୍ବ୍ରମ , ଦୂର୍ଗାଚରଣ ସିଂ , ନାନରାମ ମୁର୍ମୁ ପ୍ରାର୍ଥିପତ୍ର ଦାଖଲ କରିଥିବାବେଳେ , ରାଇରଙ୍ଗପୁର , ବାଙ୍ଗିରିପୋଷି , ସାରସକଣା , ଉଦଳା , କରଞିଆ , ମୋରଡା , ଯଶିପୁର , ବଡସାହି ଆଦି ନିର୍ବାଚନ ମଣ୍ଡଳୀ ରୁ ବିଭିନ୍ନ ରାଜନୈତିକ ଦଳ ପ୍ରାର୍ଥୀ ମାନଙ୍କ ସମେତ ସ୍ୱାଧୀନ ପ୍ରାର୍ଥୀ ମାନେ ସଂପୃକ୍ତ ରିଟନ୍ନିଙ୍ଗ ଅଫିସର ମାନଙ୍କ ପାଖରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।