Photo

ମୟୂରଭଞ୍ଜରେ ଗଡ଼ିଲା ସଡକ ସୁରକ୍ଷା ସପ୍ତାହ ରଥ; ଜିଲ୍ଲାପାଳ ଉଦ୍ଘାଟନ କଲେ ସାତଦିନ ବ୍ୟାପି ହେବାକୁ ଥିବା ସଡକ ସୁରକ୍ଷା ସପ୍ତାହ ରାଲି

State

ବାରିପଦା: ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସୋମବାର ଦିନ ଜିଲ୍ଲାବ୍ୟାପୀ ସଡକ ସୁରକ୍ଷା ସପ୍ତାହ ପାଳନ ହୋଇଯାଇଛି।ବାରିପଦା ସ୍ଥିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସୌଜନ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଶ୍ରୀ ବିନୀତ ଭରଦ୍ୱାଜ , ଜିଲ୍ଲା ଆରକ୍ଷୀ ଅଧିକ୍ଷିକା ଶ୍ରୀମତୀ ଏସ. ସୁଶ୍ରୀ , ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, , ଅତିରିକ୍ତ ଜିଲ୍ଲାପାଳ (ରାଇରଙ୍ଗପୁର)ଶ୍ରୀ ଦୌଲତ ଚନ୍ଦ୍ରକାର, ଓ.ପ୍ର.ସେ, ଅତିରିକ୍ତ ଜିଲ୍ଲାପାଳ, ଶ୍ରୀ ଅଭିମନ୍ୟୁ ବେହେରା, ବାରିପଦା ଉପାଜିଲ୍ଲପାଳ, ଶ୍ରୀ ଈଶ୍ବର ଚନ୍ଦ୍ର ନାୟକ, ବାରିପଦା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ, ଶ୍ରୀ ବସନ୍ତ କୁମାର ସେଠିଏବଂ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ବିଶ୍ବରାଜ ବେହେରା ପ୍ରମୁଖଙ୍କ ଉପସ୍ଥିତିରେ ଜିଲ୍ଲାପାଳ ସବୁଜ ପତାକା ଦେଖାଇ ଏହି ରାଲିର ଶୁଭ ଉଦ୍ଘାଟନ କରିଥିଲେ। ସାମାଜିକ ସଚେତନତା ବାର୍ତା ଯଥା ” ସଡକ ସୁରକ୍ଷା ପରିବାର ରକ୍ଷା” ଭଳି ସ୍ଲୋଗାନ ବଜାଇ ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଥିବା ସମସ୍ତ ଚାଳକ ମାନେ ଯଥାରୀତି ପଦକ୍ଷେପ ଯେପରି, ମଦ୍ୟପାନକରି ଗାଡି ଚଳାଇବା କାର୍ଯ୍ୟକୁ ମାନିବ ତଥା ଆରକ୍ଷୀ ଅଧିକ୍ଷକ ମାନେ କଡାକଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଦ୍ରୁତ ଗତିରେ ଯାଉଥିବା ଗାଡି ମାନଙ୍କ ବେଗ ନିୟନ୍ତ୍ରଣ କରିବା ନେଇ ପଦକ୍ଷେପ, ଯାନବାହାନ ମାନଙ୍କର ଫିଟ୍ନେସ, ବିନା ହେଲ୍ମେଟ ପିନ୍ଧି ଗାଡି ଚାଲାଣ ଆଦିକୁ ଆଖି ଆଗରେ ରଖି କାର୍ଯ୍ୟାନୁଷ୍ଠାନ କଡାକଡି କରିବା ନେଇ ଲୋକକଳା ମାଧ୍ୟମରେ ସନ୍ଦେଶ ବାଣ୍ଟିଥିଲେ।

ଦୁଇଟି ସଚେତନତା ରଥ ଜିଲ୍ଲାବ୍ୟାପୀ ସଡକ ସୁରକ୍ଷା ସପ୍ତାହ ପାଳନ କରିବା ପାଇଁ ପ୍ରଚାର ଆରମ୍ଭ କରିଥିଲେ । ଏହି ଛଦ୍ମଵେଶ ରେ ଯମରାଜା ଏବଂ ଚିତ୍ରଗୁପ୍ତ ସାଜି କଳାକାର ମାନେ ସଡକ ସୁରକ୍ଷା ସଚେତନତା ବାର୍ତା ପ୍ରଚାର କରିଥିଲେ । ଇତ୍ୟବସରରେ ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ , ସାମାଜିକ ସଚେତନତା ବାର୍ତ୍ତା, ପବ୍ଲିକ ମିଟିଂ, ସ୍କୁଲ ଏବଂ କଲେଜରେ ସଚେତନତାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଇବା ନେଇ କହିଥିଲେ ଯେ ଏହି ପ୍ରକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଜଣସଚେତନତା ପ୍ରଚାର କରିଲେ, ଆମ ଜିଲ୍ଲା ସଡକ ଦୁର୍ଘଟଣାମୁକ୍ତ ହୋଇପାରିବ। ସୂଚନା ଥାଉକି ଜାନୁଆରୀ ୧ ରୁ ୭ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସପ୍ତାହ ବ୍ୟାପି କାର୍ଯ୍ୟକ୍ରମ ଜିଲ୍ଲାର ସମସ୍ତ ସବ୍ଡିଭିଜନରେ ଅନୁଷ୍ଠିତ ହେବ ଏବଂ ଏହାର ସଫଳ ରୂପାୟନ ପାଇଁ ଜିଲ୍ଲା ପ୍ରସାଶନ କାର୍ଯ୍ୟକରିବା ବୋଲି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ଠାରୁ ପ୍ରକାଶ।